Latest Odisha News

BREAKING NEWS

ସରିଲା ମୁଖ୍ୟମନ୍ତ୍ରୀ ବାୟୁସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ, ୪ଦିନରେ ଚିକିତ୍ସିତ ହେଲେ ଏତିକି ରୋଗୀ…

ମାଲକାନଗିରି: ମାଲକାନଗିରି ଜିଲ୍ଲା ରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଛି । କଟକ, ଭୁବନେଶ୍ୱର, ବ୍ରହ୍ମପୁର ମେଡିକାଲ କଲେଜ ରୁ ବିଶେଷଜ୍ଞ ଡାକ୍ତର ମାନେ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ରେ ପହଁଚି ଗୁରୁତର ରୋଗୀଙ୍କ ଚିକିତ୍ସା କରିଥିଲେ ।

ଗତ ୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସେବା ମୋଟ ୪ ଦିନ ଭିତରେ ୧୬୭୩ ଜଣ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଇଛି । ପ୍ରଥମ ଦିନରେ ୩୩୮ ଜଣ, ଦ୍ଵିତୀୟ ଦିନରେ ୫୦୪ ଜଣ ତୃତୀୟ ଦିନରେ ୫୧୭ ଜଣ, ଏବଂ ୪ଦିନରେ ୩୦୩ ଜଣ ଓ ଗୁରୁତର ୧୧ ଜଣ ରୋଗୀ ଙ୍କର ଅପରେସନ କରାଯାଇଛି । ମାଗଣାରେ ସମସ୍ତ ପ୍ରକାର ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଥିବା ନେଇ ସୂଚନା ରହିଛି ।

କାର୍ଡିଓଲୋଜିରେ ୩୧୮ ଜଣ,ନ୍ୟୁରୋଲୋଜୀରେ ୪୯୭ଜଣ, ଗାଷ୍ଟ୍ରୋଏଣ୍ଟେରୋଲୋଜିରେ ୩୪୮ଜଣ, ନେଫ୍ରୋଲୋଜିରେ ୨୬୪ଜଣ, ୟୁରୋ ଲୋଜି ରେ ୨୩୫ ଜଣ, ଗୁରୁତର ସର୍ଜରୀ ରେ ୧୧ଜଣ ଚିକିତ୍ସିତ ହୋଇଛନ୍ତି ।

Leave A Reply

Your email address will not be published.