ଭୁବନେଶ୍ୱର: କରୋନା ମୁକାବିଲା ମଧ୍ୟରେ କୁନି କୁନି ସ୍କୁଲ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । କରୋନାକୁ ଡରିବା ନାହିଁ, ସାହାସର ସହ ସମସ୍ତେ ମିଳିମିଶି ଲଢ଼ିବା ବୋଲି ନବୀନ କହିଛନ୍ତି ।
ଆମେ ସମସ୍ତେ ହାତ ଧୋଇବା । ବାପା, ମା’ଙ୍କୁ ହାତ ଧୋଇବାକୁ ଏବଂ ଘରେ ରହିବାକୁ କହିବା । ବାହାରକୁ ଯିବାକୁ ହେଲେ ମାସ୍କ ପିନ୍ଧିବାକୁ କହିବା । ଭାଇ ଭଉଣୀଙ୍କ ସାଙ୍ଗରେ ଝଗଡା ଲାଗିବା ନାହିଁ । ମନକୁ ଖୁସି ରଖିବା । ଗପ ବହି ପଢ଼ିବା, ଚିତ୍ର ଆଙ୍କିବା ଏବଂ ଏ ବର୍ଷର ସ୍କୁଲ ବହିକୁ କାଢ଼ି ଆଉଥରେ ପଢ଼ିବା । ସବୁ ସପ୍ତାହରେ ନୂଆ କଥାଟିଏ ଶିଖିବାକୁ ଚେଷ୍ଟା କରିବା ବୋଲି ନବୀନ ପିଲାଙ୍କୁ ବାର୍ତ୍ତା ଦେଇଛନ୍ତି ।
ସେହିପରି ପିଲାଙ୍କୁ ସେ ଧର୍ମପଦ ଓ ବାଜି ରାଉତଙ୍କ ଉଦାହାରଣ ଦେଇଛନ୍ତି । କୋଣାର୍କ ମୁଣ୍ଡି ମାରିବାକୁ ସମସ୍ତେ ଡରିଥିଲେ । ହେଲେ ୧୨ ଧରମା କୋଣାର୍କ ମୁଣ୍ଡି ମାରିଥିଲା । ଠିକ୍ ସେହିପରି ୧୨ ବର୍ଷର ପୁଅ ବାଜି ରାଉତ ଇଂରେଜଙ୍କୁ ଛାଡି ନଥିଲା । ଆମେ ସବୁ ଧରମା ଓ ବାଜିଙ୍କ ପରି ସାହସୀ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
BREAKING NEWS
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
- ୧୦ ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତ
- ରାଜ୍ୟ ସରକାରଙ୍କ ଅନୁମତି ପରେ ଆରମ୍ଭ ହେବ ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା..
Comments are closed.