Latest Odisha News

BREAKING NEWS

ଘୋଷଯାତ୍ରା ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଲା ମନ୍ଦିର ପ୍ରଶାସନ

ପୁରୀ : କରୋନା କଟକଣା ଲାଗୁ ହୋଇଥିବା ବେଳେ ଆଗକୁ ହେବାକୁ ଥିବା ରଥଯାତ୍ରା ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ଓ ଜିଲ୍ଲାପାଳ ବଲୱନ୍ତ ସିଂ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛନ୍ତି । ପ୍ରାୟ ଅଧଘଣ୍ଟା ରୁଦ୍ଧ କୋଠରୀରେ ଏହି ବୈଠକ ହୋଇଥିଲା ।

କରୋନାକୁ ନେଇ ସାରା ବିଶ୍ୱରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏସବୁ ଭିତରେ ଘୋଷଯାତ୍ରା ଓ ଏହାର ନୀତିକାନ୍ତି କିପରି ଅନୁଷ୍ଠିତ ହେବ ସେ ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଇଥିଲା ।

Leave A Reply

Your email address will not be published.