କଲିକତା: ପଶ୍ଚିମବଙ୍ଗର ଏକ କାଳୀ ମନ୍ଦିରରେ ଚାଓମିନ୍ ଭୋଗ ହୁଏ । ବିଶ୍ୱାସ ନ ହେଲେ ମଧ୍ୟ ଏହା ସତ୍ୟ । କଲିକତାର ଟାଙ୍ଗରା ଅଂଚଳରେ ଏହି ମନ୍ଦିର ଅବସ୍ଥାପିତ । ଏହାର ନାମ ହେଲା ଚାଇନିଜ କାଳୀ ମନ୍ଦିର । ୬୦ ବର୍ଷ ତଳେ ଜଣେ ଭକ୍ତ ୨ଟି କଳା ପଥରରେ ସିନ୍ଦୁର ଲଗାଇ ଗଛ ତଳେ ପୂଜା କରୁଥିଲେ । ପରେ ଏହା ଚାଇନା ଟାଉନ ନାମରେ ପରିଚିତ ହେଲା । ଅଧିକାଂଶ ଚୀନ ଲୋକ ଏଠାରେ ବସତି ସ୍ଥାପନ କରିଥିଲେ । ସ୍ଥାନୀୟ ବାସିନ୍ଦା ଓ ଚୀନ ଲୋକମାନେ ମିଶି ଠାକୁରାଣୀଙ୍କୁ ପୂଜା କରି ଆସୁଛନ୍ତି । ତେବେ ଚୀନ ଶୈଳୀରେ ଏଠାରେ ପୂଜା ହେଉଥିବାରୁ ଚାଓମିନ୍, ଚପ୍ସି, ଚାଉଳ, ଓ ପରିବାରେ ପ୍ରସ୍ତୁତ ବ୍ୟଞ୍ଜନ ଏଠାରେ ଭୋଗ କରାଯାଏ ।
ମନ୍ଦିର ମଧ୍ୟକୁ ଭକ୍ତ ଯିବା ମାତ୍ରେ ମୋଡା ଯାଇଥିବା କାଗଜକୁ ପୋଡିଥାଏ । ଏହା ଦ୍ୱାରା ଦୁଷ୍ଟ ଶକ୍ତି ପାଖକୁ ଆସି ନ ଥାନ୍ତି ବୋଲି ବିଶ୍ୱାସ ରହିଛି ।
Comments are closed.