Latest Odisha News

BREAKING NEWS

ଦିନକୁ ୨ ଘଣ୍ଟା ଓଡିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଅସୁବିଧା ଓ ଅଭିଯୋଗର କରିବେ ସମାଧାନ । ଏ ନୂଆ ସରକାର ଲୋକଙ୍କ ସରକାର ଲୋକଙ୍କ ସ୍ବାର୍ଥରେ କାମ କରିବେ ମୋହନ ସରକାର । ପ୍ରତିଦିନ ଅପରାହ୍ଣ ୩ଟାରୁ ୫ଟା ଯାଏଁ ସାଡ଼ାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଜ ଶୁଣିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ପ୍ରତିଦିନ ୩ ଟାରୁ ୫ଟା ଲୋକଙ୍କ ପାଇଁ ଖୋଲା ରହିବ ରାଜ୍ୟ ଅତିଥି ଭବନର ଦୁଆର । ଯାହା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । ଯାହା ଆଜି ଅର୍ଥାତ୍ ଶୁକ୍ରବାର ଠାରୁ ହିଁ ଲାଗୁ କରିଛନ୍ତି ମୋହନ ସରକାର ।

ଏଥିପାଇଁ ରାଜ୍ୟ ଅତିଥି ଭବନରେ ଲାଗିଛି ଲୋକଙ୍କ ଲମ୍ବା ଲାଇନ । ମୁଖ୍ୟମନ୍ତ୍ରୀଙ୍କୁ ସିଧା ଭେଟି ନିଜର ଅଭିଯୋଗ ଜଣାଇବେ  । ୩ଟା ବାଜିବା କ୍ଷଣି ହିଁ ଜଣ ଜଣ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଗୁହାରି ଶୁଣାଇବେ ।

ତେବେ ରାଜ୍ୟରେ ସରକାର ଗଢିବା ପରେ ଏବେ ପୂରା ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ । ଦିନ କେଇଟା ଭିତରେ ସବୁ ବ୍ୟବସ୍ଥାକୁ ପୂରା ହଲାପଟା କରିସାରିଲେଣି । ସବୁକୁ ତନତନ ଯାଞ୍ଚ କରି ନିଷ୍ପତ୍ତି ନେଉଛନ୍ତି ମୋହନ ସରକାର । ୨୪ ବର୍ଷ ଧରି କେବଳ ଅବ୍ୟବସ୍ଥା ଚାଲିଥିବା ଜାଣିବା ପରେ ମନ୍ତ୍ରୀ ସଚିବ, ଅଫିସର ସମସ୍ତଙ୍କ ଆଲୋଚନା କରି ସ୍ଥିତି ସମୀକ୍ଷା କରୁଛନ୍ତି । କାମରେ ଟିକିଏ ଖଇଚା ଦେଖିଲେ ସିଧା ଆକ୍ସନ ନେଉଛନ୍ତି । ସେପଟେ ଗ୍ରାଉଣ୍ଡ ଜିରୋ ବି ପୂରା ଜାଗ୍ରତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଁ ଲୋକଙ୍କ ସରକାର କହି ଲୋକଙ୍କୁ ସିଧା ଭେଟୁଛନ୍ତି । ସେମାନଙ୍କ ଅସୁବିଧା ବୁଝି ସଙ୍ଗେ ସଙ୍ଗେ ସାହାର୍ଯ୍ୟର ହାତ ବଢାଉଛନ୍ତି ମୋହନ । ଏହାରି ଭିତରେ ଏବେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଧାରଣ ଲୋକଙ୍କୁ ନିଜ କାର୍ଯ୍ୟଳୟରେ ଭେଟି ସେମାନଙ୍କ ଅଭିଯୋଗ ଶୁଣିବେ । ଏଥିପାଇଁ ସବୁଦିନ ୩ ଟାରୁ ୫ଟା ଓଡିଶାବାସୀଙ୍କ ପାଇଁ ଖୋଲିବ ରାଜ୍ୟ ଅତିଥି ଭବନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଇ ତାଙ୍କୁ ଭେଟି ନିଜର ଅସୁବିଧା ଜଣାଇବେ ଲୋକ ।

Comments are closed.