Latest Odisha News

BREAKING NEWS

ରଥ ଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡି

ପୁରୀ: ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷ ଯାତ୍ରା। ଏଥିପାଇଁ ଜୋର ସୋରରେ ଆଗେଇ ଚାଲିଛି ରଥ କାମ। ଗୋଟିଏ ପଟେ ୩ ରଥ ଏବେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ।  ଅନ୍ୟପଟେ ରଥ ଭିଡା କାର୍ଯ୍ୟ ପାଇଁ ପୁରୀରେ ଗତକାଲି ରାତିରେ ପହଞ୍ଚିଛି ରଥ ଦଉଡି ।

BjdElectrycity

ଚଳିତ ରଥଯାତ୍ରା ପାଇଁ ପ୍ରତିବର୍ଷ ଭଳି ପୁରି ଜିଲା ଚନ୍ଦନପୁର ନିକଟରେ ଥିବା ବିରାପ୍ରତାପପୁର ରଥ ତତ୍ୱାବଧାରକଙ୍କ ନିର୍ଦ୍ଦେଶରେ ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ ୨୪ ଗୋଟି ଦଉଡି ଆସି ପହଞ୍ଚିଥିଲା । ଆଜି ସେ ସବୁକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ ରଖା ଯାଇଛି ।

ଏଥିରେ ରଥଟଣା ସହ ଇନର, ଆଉଟଡୋର ଓ ଜେନେରାଲ୍ କର୍ଡନ୍ ପାଇଁ ଆସିଛି ମୋଟ ୨୬ଟି ରଥ ଦଉଡ଼ି ।    ୧୪ଟି ଦଉଡି ରଥଭିଡା କାର୍ଯ୍ୟରେ ବ୍ୟବହାର ହେବ ଏବଂ ଅନ୍ୟ ୧୨ ଗୋଟି ରଥା ଟଣା ସମୟରେ ବାହ୍ୟ ସୁରକ୍ଷା ଓ ଭକ୍ତଙ୍କ ସୁରକ୍ଷା ନିମନ୍ତେ ବ୍ୟବହାର କରାଯିବ । ଅନ୍ୟାନ୍ୟ ପୋଲିସ କର୍ଡନ ପାଇଁ ବ୍ୟବହୃତ କରାଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେଏହି ଦଉଡ଼ିକୁ ରଖାଯାଇଛି ।

Leave A Reply

Your email address will not be published.