Latest Odisha News

BREAKING NEWS

ଏଚ୍ଆରଏସପି ଲଗାଇ ନଥିଲେ ଜୁନ୍ ୨୩ରୁ ଜରିମାନା

ଭୁବନେଶ୍ୱର: ଗାଡ଼ି ଚାଳକ ସାବଧାନ । ଆପଣଙ୍କ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲଗାଇଛନ୍ତି ତ ? ନଚେତ୍ ଜରିମାନା ଦେବେ । ଜୁନ୍ ୨୩ରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏଚ୍ଆରଏସପି (ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍) ଲଗାଇ ନଥିଲେ ଜରିମାନା ଆଦାୟ କରିବେ ।

ଆସନ୍ତା ୨୩ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ୍ । ଯେଉଁ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗି ନଥିବ ସେହି ଗାଡ଼ିର ମାଲିକ ମୋଟା ଅଙ୍କର ଜରିମାନା ଭରିବେ ।

୨୦୧୯ ଏପ୍ରିଲ୍ ୧ ପୂର୍ବରୁ କିଣା ଯାଇଥିବା ଗାଡ଼ି ଗୁଡ଼ିକରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ସରକାର ୨୦୨୩ ଫେବ୍ରୁଆରୀ ୨୮ ଯାଏ ମହଲତ ଦେଇଥିଲେ । ତଥାପି ଏବେ ବି କିଛି ଗାଡ଼ି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ନଥାଇ ରାସ୍ତାରେ ଗଡ଼ୁଛି । ସେମାନଙ୍କୁ ଧରିବା ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଆସନ୍ତା ୨୩ରୁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିବେ ।

ଜୁନ୍ ୭ ସୁଦ୍ଧା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗି ୪୦ ଲକ୍ଷ ୯୩ ହଜାର ୬୦୮ ସ୍ଲଟ୍ ବୁକ୍ ହୋଇଥିବା ବେଳେ ୩୫ ଲକ୍ଷ ୮୭ ହଜାର ୫୭୭ ଗାଡ଼ିରେ ଏଚଆରଏସପି ଲାଗି ନାହିଁ । ଗାଡ଼ି ମାଲିକ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ନମ୍ବର ଲଗାଇ ନେବା ଲାଗି ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲମୋହନ ସେଠୀ ଉପଦେଶ ଦେଇଛନ୍ତି ।

ଜୁନ୍ ୨୩ରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ନଥିବା ଗାଡ଼ି ମାଲିକଙ୍କୁ ୫ ହଜାରରୁ ନେଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ମୋଟର ଭେଇକିଲ୍ ଆଇନ୍ ୧୯୮୮ର ଧାରା ୧୯୨ ଅନୁସାରେ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ବିଭାଗର ଅତିରିକ୍ତ କମିଶନର ।

Leave A Reply

Your email address will not be published.