Latest Odisha News

‘ସ୍ବାଧୀନତା ସଂଗ୍ରାମକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଉଦଘାଟିତ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ‘ସ୍ବାଧୀନତା ସଂଗ୍ରମାକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଉଦଘାଟିତ ହୋଇଯାଇଛି । ଦୁଇଦିନ ଧରି ଚାଲିବାକୁଥିବା ଏହି ଆଲୋଚନାଚକ୍ରର ଉଦ୍ଘାଟନୀ ସମାରୋହକୁ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।

ଦୁଇଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଆଲୋଚନାଚକ୍ରରେ ଓଡ଼ିଆ ଗୀତ ଓ କବିତା, ନାଟକ, ଗଳ୍ପ, ପ୍ରବନ୍ଧ ଓ ପତ୍ରପତ୍ରିକା ଆଦି ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ ପିଜି କାଉନସିଲ ଅଧ୍ୟକ୍ଷ ନବନୀତା ରଥ, ବିଶିଷ୍ଟ ଲେଖକ ଗୌରହରି ଦାସ, ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସଂଯୋଜକ ରମେଶଚନ୍ଦ୍ର ମଲ୍ଲିକ ଅତିଥି ଭାବରେ ଯୋଗଦେଇ ଏହି ଆଲୋଚନା ଚକ୍ରରେ ଭାଗନେଇଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ଉତ୍କଳମଣି ଗୋପବନ୍ଧୁ ଦାସ, ଜାତୀୟ କବି ବୀରକିଶୋର ଦାସ, ସଚ୍ଚି ରାଉତରାୟ, ମନମୋହନ ମିଶ୍ର, ରାଧାମୋହନ ଗଡ଼ନାୟକ ପ୍ରମୁଖ କବି ଭାରତୀୟ ସ୍ବାଧୀନତା ଆନ୍ଦୋଳନକୁ ନିଜ ନିଜର ରଚନା ଦ୍ବାରା ପ୍ରଭାବିତ କରିଥିଲେ। ସେହିପରି ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମାଳତୀ ଦେବୀ, ସରଳା ଦେବୀଙ୍କ ପରି ବହୁ ସ୍ବାଧୀନତା ସଂଗ୍ରାମୀ ସେମାନଙ୍କ କାଳଜୟୀ ରଚନା ମାଧ୍ୟମରେ ଆନ୍ଦୋଳନକୁ ଅବ୍ୟାହତ ରଖିଥିଲେ ବୋଲି ଅତିଥିମାନେ ଆଲୋଚନା କରିଥିଲେ ।

ଏହି କାର୍କଯ୍ୟକ୍ରମରେ ନିବେଦିତା ଜେନା ସଂଯୋଜନା କରିଥିବେଳେ କୃଷ୍ଣଚନ୍ଦ୍ର ପ୍ରଧାନ, ଶୁକମୁନି ବେହରେ ଓ ଲୋହିତାକ୍ଷ ଯୋଶୀ ପ୍ରବନ୍ଧ ପାଠ କରିଥିଲେ ଏବଂ ପରିଶେଷରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳସଚିବ କାହ୍ନୁଚରଣ ଧୀର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.