Latest Odisha News

BREAKING NEWS

ଆପଣ ଚା’ ଲଭର କି? ତେବେ ଚିନି ବଦଳରେ ପିଅନ୍ତୁ ଗୁଡ଼ ଚା, ସ୍ଵାସ୍ଥ୍ୟ ପାଇଁ ବେଶ ଉପକାରୀ

ଭୁବନେଶ୍ଵର: ପ୍ରାୟତଃ ଆମ ମାନଙ୍କର ଦିନର ଆରମ୍ଭ ଏକ କପ୍‌ ଚା’ରୁ ହୋଇଥାଏ । କାରଣ ଆମ ଦେଶରେ ଅଧିକାଂଶ ଲୋକ ଚା’ର ସୌକିନ ଥାନ୍ତି । ଘରକୁ କେହି ଅତିଥି ଆସିଲେ ପ୍ରଥମେ କପେ ଚାହାରେ ହିଁ ତାଙ୍କ ସ୍ୱାଗତ କରାଯାଇ ଥାଏ । ଏହାବାଦ ଅଫିସରେ କାମ କରୁଥିବା ବେଳେ, ଅଧିକ ଥଣ୍ଡା ପଡ଼ିଥିଲେ, ବା ଥକ୍କା ଅନୁଭବ କରୁଥିଲେ ପ୍ରଥମେ ଗରମ ଗରମ ଗୋଟେ କପ ଚାହା ହିଁ ଦରକାର ହୋଇଥାଏ । କୁହାଯାଏ ଚା’ ପିଇଲେ ଶରୀରକୁ ଫୁର୍ତ୍ତି ମିଳିଥାଏ । କିନ୍ତୁ ଦେଖିବାକୁ ମିଳେ ଯେ ଅଧିକାଂଶ ଲୋକେ ଚା’ରେ ଚିନି ନେଇଥାନ୍ତି । ହେଲେ ଆପଣ ଜାଣନ୍ତି କି ଚିନି ଅପେକ୍ଷା ଚା’ରେ ଗୁଡ଼ ନେଲେ ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଚା’ରେ ଗୁଡ଼ ନେବାରେ କ’ଣ ରହିଛି ସ୍ଵାସ୍ଥ୍ୟଗତ ଫାଇଦା ।

ଓଜନ କମାଇବାରେ ଗୁଡ଼ ଚା’ ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । ଗୁଡ଼ ଚା’ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଚିନି ମାତ୍ରା କମ୍‌ ରହିଥାଏ । ଶରୀର ଫିଟ ରହିଥାଏ । ଚିନି ଅଧିକ ଖାଇବା ଦ୍ୱାରା ମୁହଁରେ ବ୍ରଣ ଓ କଳା ଦାଗ ଆସିଥାଏ । ତେଣୁ ଏଥିରୁ ମୁକୁଳିବାକୁ ହେଲେ ଆପଣ ଚା’ରେ ଗୁଡ଼ ଖାଆନ୍ତୁ । ଗୁଡ଼ ଖାଇବା ଦ୍ୱାରା ଆପଣଙ୍କ ଚେହେରାରେ ଚମକ ଆସିଥାଏ । ଗୁଡ଼ ଚା’ ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ । ଏହା ସହ ଗ୍ୟାସ ଓ ଏସିଡିଟି ସମସ୍ୟା ରହିନଥାଏ । ଗୁଡ଼ରେ ଆଇରନ ମାତ୍ରା ଥିବାରୁ ଗୁଡ଼ ଚା’ ପିଇବା ଦ୍ୱାରା ଶରୀରରେ ରକ୍ତ ମାତ୍ରା କମ ହୋଇ ନଥାଏ । ଅନେକ ଥର ଆମେ ମସଲା ଯୁକ୍ତ ଖାଦ୍ୟ ଖାଇବା ଫଳରେ ପେଟରେ ଜ୍ବଳନ ହୋଇଥାଏ । ଆଉ ଏହାର ସିଧାସଳଖ ପ୍ରଭାବ ଆମ ପାଚନ ତନ୍ତ୍ର ଉପରେ ପଡିଥାଏ । ଗୁଡ ଚାହା ପିଇବା ଦ୍ୱାରା ପେଟ ର ଜ୍ବଳନ ଦୂର ହେବା ସହ ଛାତି ଯନ୍ତ୍ରଣା ବି ଉପଶମ ହୋଇଥାଏ ।

Leave A Reply

Your email address will not be published.