Latest Odisha News

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ ଓ ଜଣେ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ନୂଆଗାଁ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଆହତ ହୋଇଛନ୍ତି ।

ମୃତକ ମାନେ ହେଲେ ଅଶୋକ ଦାସ ଓ ବଳରାମ ନାୟକ । ଅପରପକ୍ଷରେ ଆହତ ବ୍ୟକ୍ତିଙ୍କ ନାମ ଆନନ୍ଦ ନାୟକ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏହି ଯୁବକମାନେ ଏକ ବାଇକ ଯୋଗେ ମତୋ-ନଲୋଗୋହରା ରାସ୍ତାରେ ଫେରୁଥିବାବେଳେ ନୂଆଗାଁ ନିକଟରେ କୌଣସି କାରଣବଶତଃ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କଲଭର୍ଟରେ ଧକ୍କା ଦେଇଥିଲା ।

ପରେ ସ୍ଥାନୀୟ ବାସିନ୍ଦାମାନେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ଅଶୋକଙ୍କର ମୃତ୍ୟୁ ଘଟିଥିଲା ।

ପରେ ଜଣକୁ କଟକ ବଡ ମେଡିକାଲ୍ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ସେଠାରେ ବଳରାମଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.