Latest Odisha News

ଦିଲ୍ଲୀର ସ୍ଥିତି ଜଟିଳ: ସରକାରଙ୍କୁ ଘାରିଲାଣି କରୋନା ଭୟ, ଚିଠି ଲେଖି ମୋଦିଙ୍କୁ ସାହାଯ୍ୟ ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇଛି କରୋନା । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ । ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଲାଣି । ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରୋଗୀଙ୍କ ପାଇଁ ବେଡ୍‌ ମିଳୁନାହିଁ । କରୋନା ଟିକାର ମଧ୍ୟ ଅଭାବ ଦେଖା ଦେଲାଣି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି, କରୋନା ମହାମାରୀ ଦ୍ରୁତ ଗତିରେ ମାଡି ଚାଲିଛି । କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ଥିବା ବେଡ୍‌ ଶୀଘ୍ର ଫୁଲ୍‌ ହେବାରେ ଲାଗିଛି । ଆଗାମୀ ଦୁଇ ତିନି ଦିରେ ୬୦୦୦ ଅକ୍ସିଜେନ୍‌ ବେଡ୍‌ ପ୍ରସ୍ତୁତ କରାଯିବ । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୪ ହଜାର ୫୦୦ ମାମଲା ଆସିଛି ।

ଦିଲ୍ଲୀରେ ଆଉ ମାତ୍ର ୧୦୦ରୁ କମ୍‌ ଆଇସିୟୁ ବେଡ୍‌ ଖାଲି ଅଛି । ଦିଲ୍ଲୀରେ ବିଗୁଡ଼ୁଥିବା  କରୋନା ସ୍ଥିତିକୁ ନେଇ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ଚିଠି ମୋଦିଙ୍କୁ ଅନୁରୋଧ କରି ସେ ଲେଖିଛନ୍ତି, ଆମକୁ ଶୀଘ୍ର ଅମ୍ଳାଯାନ ଦେବାକୁ ବ୍ୟବସ୍ଥା କରାଯାଉ । ଏହାସହ ସଂକ୍ରମିତଙ୍କ ପାଇଁ କେନ୍ଦ୍ର ସରକାରଙ୍କ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ପାଇଁ ୭ ହଜାର ବେଡ୍‌ ସଂରକ୍ଷିତ ରଖନ୍ତୁ । 

Leave A Reply

Your email address will not be published.