Latest Odisha News

BREAKING NEWS

ମହୁମାଛି ଆକ୍ରମଣରେ ୪ ଶ୍ରମିକ ଗୁରୁତର ଆହତ, ସ୍ବାସ୍ଥ୍ୟବସ୍ଥା ସ୍ଥିର 

କୋରାପୁଟ: ମହୁମାଛି ଆକ୍ରମଣରେ ୪ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ରାୟଗଡଠାରୁ କୋରାପୁଟ ଯାଉଥିବା ୩୨୬ ନମ୍ବର ଜାତୀୟ ରାଜପଥ ଗୁମ୍ମା ଘାଟିରେ ରାସ୍ତାକଡ଼ରେ ରେଲିଂ କାମ କରୁଥିବା ବେଳେ ଏହି ଘଟଣା ଘଟିଛି । ଗୁରୁତର ଶ୍ରମିକମାନେ ହେଲେ ପ୍ରଦୀପ ବିଶ୍ଵକର୍ମା, ପଙ୍କଜ କୁମାର, ରାଜେଶ କୁମାର, ମହେନ୍ସୁ କୁମାର । ତାଙ୍କ ଘର ଉତ୍ତରପ୍ରଦେଶ ଲଖନଉ, କାନପୁରରେ ବୋଲି ଜଣାପଡିଛି । 

ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡ଼ାକ୍ତର କହିଛନ୍ତି । ମହୁମାଛି ଆକ୍ରମଣରେ କୁମ୍ଭୀକଟା ବିଦ୍ୟାଳୟର ଜଣେ ଶିକ୍ଷକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ତେବେ କେଉଁ ପରିସ୍ଥିତିରେ ମହୁମାଛି ଆକ୍ରମଣ କଲେ ତାହା ଜାଣିପାରିନଥିବା ଶ୍ରମିକମାନେ କହିଛନ୍ତି ।

Leave A Reply

Your email address will not be published.