Latest Odisha News

BREAKING NEWS

ଆଗାମୀ ୨ ମାସ ମଧ୍ୟରେ ଆସିବ କରୋନା ପ୍ରତିଷେଧକ ବଟିକା: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦିନକୁ ଦିନ ଅଣାୟତ ହୋଇ ଚାଲିଛି କରୋନା । ଏହାର ପ୍ରତିଷେଧକ କେବେ ଆସିବ ସେନେଇ ଚିନ୍ତାରେ ବିଶ୍ୱବାସୀ । ତେବେ ତୁହାକୁ ତୁହା ନକରାତ୍ମକ ଖବର ମଧ୍ୟରେ ଆସିଛି ଏକ ଖୁସି ଖବର । ଆଗାମୀ ୨ ରୁ ୩ ମାସ ମଧ୍ୟରେ କରୋନାର ପ୍ରତିଷେଧକ ବଟିକା ଆସିପାରେ। ଏନେଇ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉପରେ ପରୀକ୍ଷା କରାଯାଇଛି। ଏହି ପରୀକ୍ଷା ପରେ ପ୍ରତିଷେଧକ ଔଷଧ ଭାବରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କିଛି ମାତ୍ରାରେ ପ୍ରଭାବଶାଳୀ ବୋଲି ସୂଚନା ମିଳିଛି ।
ଏମ୍ସ ନିର୍ଦ୍ଦେଶକଙ୍କ ଦେଇଥିବା ସୁଚନା ଅନୁଯାୟୀ, କରୋନା ଔଷଧ ଦୁଇରୁ ତିନି ମାସ ମଧ୍ୟରେ ଆସିବା ସହ ପ୍ରତିଷେଧକ ଟିକା ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ପହଞ୍ଚିପାରେ । ଅନ୍ୟଦେଶ ତୁଳନାରେ ଭାରତରେ ମୃତ୍ୟୁ ହାର କମ୍ ରହିଥିବା ସେ କହିଛନ୍ତି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।

Leave A Reply

Your email address will not be published.