Latest Odisha News

BREAKING NEWS

ଦ୍ଵୀପର ନାଁ ‘ବିଲେଇ ଦ୍ଵୀପ’: ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ସାଧାରଣତଃ ଆମେମାନେ ଜାଣୁ ଯେ ଦେଶ ତଥା ବିଭିନ୍ନ ଅଞ୍ଚଳରେ ମଣିଷଙ୍କ ସଂଖ୍ୟା ଅଧିକ ଥାଏ । କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠି ମଣିଷଙ୍କ ଅପେକ୍ଷା କୌଣସି ପଶୁଙ୍କ ସଂଖ୍ୟା ଅଧିକ ରହିଛି । ଆଜ୍ଞା ହଁ ଆମେ ଆଜି ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବୁ ଯେଉଁଠାରେ ମଣିଷଙ୍କ ଅପେକ୍ଷା ଅଧିକ ବିଲେଇ ଅଛନ୍ତି ।

ବାସ୍ତବରେ ଆମେ ସାଇପ୍ରସ୍ ବିଷୟରେ କହୁଛୁ । ସାଇପ୍ରସ୍ ଭୂମଧ୍ୟସାଗରର ଏକ ସୁନ୍ଦର ଦ୍ୱୀପ, ଯାହା ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଐତିହାସିକ ସ୍ଥାନ ପାଇଁ ଜଣାଶୁଣା । କିନ୍ତୁ ଏହି ଦ୍ୱୀପର ଆଉ ଏକ ବିଶେଷତା ରହିଛି ଯେଉଁଥିପାଇଁ ଏହା ବିଶ୍ୱର ଅନ୍ୟ ଦେଶ ମାନଙ୍କଠାରୁ ଅଲଗା । ଏଠାରେ ମଣିଷ ଅପେକ୍ଷା ଅଧିକ ବିଲେଇ ଅଛନ୍ତି । ଏହି ଦ୍ୱୀପକୁ “ବିଲେଇ ଦ୍ୱୀପ” ବୋଲି ମଧ୍ୟ କୁହାଯାଏ ।

ସାଇପ୍ରସକୁ ଆସୁଥିବା ବିଲେଇମାନଙ୍କ ବିଷୟରେ ଅନେକ କାହାଣୀ ରହିଛି । କୁହାଯାଏ ଏକଦା ପ୍ରାଚୀନ ଇଜିପ୍ଟରୁ ବିଲେଇମାନଙ୍କୁ ସାଇପ୍ରସକୁ ଅଣାଯାଇଥିଲା। ରୋମାନ୍ ମହାରାଣୀ ହେଲେନା ମଧ୍ୟ ଅଞ୍ଚଳରେ ଥିବା ବିଷାକ୍ତ ସାପଙ୍କ କବଳରୁ ରକ୍ଷା ପାଇବା ପାଇଁ ବିଲେଇମାନଙ୍କୁ ସାଇପ୍ରସକୁ ଆଣିଥିଲେ। ପ୍ରତ୍ନତତ୍ତ୍ୱବିତମାନେ ସାଇପ୍ରସରେ ବିଲେଇ ଏବଂ ମଣିଷ ମଧ୍ୟରେ ୯୫୦୦ ବର୍ଷ ପୁରୁଣା ସମ୍ପର୍କର ବିଷୟରେ ସୂଚନା ପାଇଛନ୍ତି । ଅର୍ଥାତ୍ ବିଲେଇମାନେ ଦୀର୍ଘ ଦିନ ଧରି ଏଠାରେ ରହିଆସୁଛନ୍ତି ।

କହିରଖୁଛୁ ଯେ, ସାଇପ୍ରସରେ ବିଲେଇମାନେ ମୁକ୍ତ ଭାବରେ ବୁଲନ୍ତି। ସେମାନଙ୍କୁ ଗୃହପାଳିତ ପଶୁ ଭାବରେ ରଖାଯାଏ ସତ କିନ୍ତୁ ସେମାନେ ମୁକ୍ତ ଭାବରେ ରାସ୍ତାରେ ବୁଲନ୍ତି । ସ୍ଥାନୀୟ ଲୋକମାନେ ମଧ୍ୟ ବିଲେଇମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କର ଯତ୍ନ ନିଅନ୍ତି । ଏପରିକି ରେଷ୍ଟୁରାଣ୍ଟ ଏବଂ କାଫେ ମାନଙ୍କରେ ବିଲେଇମାନଙ୍କ ପାଇଁ ଖାଦ୍ୟ ଏବଂ ପାଣିର ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା ମଧ୍ୟ କରାଯାଇଛି ।

 

Comments are closed.