Latest Odisha News

BREAKING NEWS

ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିବା ୧୨ ଇଞ୍ଜିନିୟର ଆଜୀବନ କାରାଦଣ୍ଡରେ ଦଣ୍ଡିତ

ଜୟପୁର: ୨୦୧୪ରେ ଏଟିଏସ ଓ ଏସଓଜି ଦ୍ୱାରା ଗିରଫ ହୋଇଥିବା ୧୩ ସିମି ସଦସ୍ୟଙ୍କ ମଧ୍ୟରୁ ୧୨ଜଣଙ୍କୁ ଆଜି ସ୍ଥାନୀୟ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ସମସ୍ତ ଆତଙ୍କବାଦୀ ଇଞ୍ଜିନୟର ଛାତ୍ର ଥିଲେ । ସେମାନେ ଆତଙ୍କୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ ପାଇଁ କାମ କରୁଥିଲେ ।

ସିମି ଓ ଆଇଏମ ପାଇଁ ସେମାନେ ବୋମା ତିଆରି କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଖବର ଯୋଗାଉଥିଲେ । ଦିଲ୍ଲୀରେ ଗିରଫ ହୋଇଥିବା କେତେକ ଆତଙ୍କବାଦୀଙ୍କ ଇନପୁଟ ପରେ ପୋଲିସ ରାଜସ୍ଥାନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.