ପୁରୀ: ଆସନ୍ତା ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ହେବ ଶୁଭାରମ୍ଭ । ନରେନ୍ଦ୍ର ପୁଷ୍କରିଣୀକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଆସି ଚାପ ଡଙ୍ଗାରେ ଜଳକ୍ରୀଡା କରିବେ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ତେବେ ଚନ୍ଦନ ଯାତ୍ରା ସମୟରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଛି ପୁରୀ ପୋଲିସ l ଏନେଇ ଆଜି ପୁରୀ ଏସପି ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି l
ଶ୍ରୀମନ୍ଦିରରୁ ଠାକୁର ମାନେ ବାହାରିଵା ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିବ । ଚନ୍ଦନ ଯାତ୍ରା ଲାଗି ପୁରୀ ପୋଲିସ ପକ୍ଷରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୫୮ ହୋମଗାର୍ଡ, ୩୭ କନେଷ୍ଟବଳ, ୪ ହାବିଲଦାର, ୨୦ ଏଏସଆଇ, ୮ଜଣ ଇନ୍ସପେକ୍ଟର, ୫ଜଣ ଡିଏସପି ଏବଂ ଜଣେ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ୱରେ ରହିବେ l ଚନ୍ଦନ ଯାତ୍ରା ସମୟରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା କୁ ସୁପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି l
ସୂଚନାଯୋଗ୍ୟ, ଗତବର୍ଷ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି ଅନେକଙ୍କର ମୃତ୍ୟୁ ହୋଇଥିଲା । ଯେପରି ଚଳିତବର୍ଷ କିଛି ଅଘଟଣ ନଘଟେ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୋଲିସ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
Comments are closed.