Latest Odisha News

BREAKING NEWS

ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଯାଜପୁର: ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ଜଳହରା ଗାଁ ନିକଟରେ ଥିବା ପୋଖରୀରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଯାଜପୁର ସଦରଥାନା ଅନ୍ତର୍ଗତ ବଡ଼ ଜଳହରା ଗ୍ରାମର କାଳନ୍ଦୀ ଜେନାଙ୍କ ଝିଅ ଅନୂ ଜେନାଙ୍କର ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

ଅନ୍ୟପଟେ ନିଜ ଝିଅ ଶୌଚ ହେବାକୁ ଯାଇ ଏଭଳି ଅଘଟଣ ଘଟିଥିବା ମୃତକ ବାପା କହିଥିବା ବେଳେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ତେବେ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦେଇଛି।

Leave A Reply

Your email address will not be published.