Latest Odisha News

BREAKING NEWS

କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ରାଜ୍ୟ କଂଗ୍ରେସ ବିଜେଡି-ବିଜେପିର ମେଣ୍ଟ ହେଲେ ଫାଇଦା ହେବ ବୋଲି ଉତ୍ସାହିତ ରହିଥିବା ବେଳେ ଦଳର ବିଧାୟକ ଇସ୍ତଫା ଦେଇଛନ୍ତି। ଯାହା ରାଜ୍ୟ କଂଗ୍ରେସକୁ ଗୋଟିଏ ବଡ଼ ଝଟକା ଲାଗିଛି।

ଖଡ଼ିଆଳ ବିଧାୟକ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଦୀର୍ଘ ୧୫ ବର୍ଷ ଧରି କଂଗ୍ରେସରେ କାମ କରିବାକୁ ସୁଯୋଗ ପାଇଥିବାରୁ ସେ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଇସ୍ତଫାର କାରଣ ବାବଦରେ ସ୍ପଷ୍ଟ କରିନାହାନ୍ତି।

କିନ୍ତୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୨୦ ଅର୍ଥାତ ଆସନ୍ତାକାଲି ସେ ଶାସକ ଦଳ ବିଜୁ ଜନତା ଦଳରେ ଯୋଗ ଦେବାର ସୂଚନା ରହିଛି।

ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ପାଣିଗ୍ରାହୀ କହିଛନ୍ତି, ଖଡିଆଳବାସୀଙ୍କ ସହ ଆଲୋଚନା କରି ସେ ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଛି। କିନ୍ତୁ କଂଗ୍ରେସ ସହ ମୋର କୌଣସି ମତଭେଦ ନାହିଁ।

ଚଳିତ ନିର୍ବାଚନରେ ସେ ନିଶ୍ଚିତ ଭାବେ ଖଡିଆଳରୁ ନିର୍ବାଚନ ଲଢ଼ିବେ ବୋଲି କହିବା ସହ ନିଜ ନିର୍ବାଚନମଣ୍ଡଳୀର ଭୋଟରଙ୍କ ସହ ଆଲୋଚନା କରି ଯେକୌଣସି ଦଳରେ ଯୋଗଦେବା ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

୨୦୧୪ ନିର୍ବାଚନରେ ସେ ଖଡିଆଳରୁ ପରାଜିତ ହୋଇଥିଲେ। କିନ୍ତୁ ୨୦୧୯ ବିଧାନସଭା ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଳଙ୍କୁ ପରାସ୍ତ କରି ଏହି ଆସନରୁ ନିର୍ବାଚିତ ହୋଇଛନ୍ତି।

Leave A Reply

Your email address will not be published.