Latest Odisha News

BREAKING NEWS

ମତଦାନ ବୁଥର ଶୌଚାଳୟ ଭିତରୁ ଉଦ୍ଧାର ହେଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ: ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ମତଦାନ ବୁଥର ଶୌଚାଳୟ ଭିତରୁ ଶିବସେନା (ୟୁବିଟି) ପୋଲିଂ ବୁଥ ଏଜେଣ୍ଟ ମନୋହର ନଲଗେଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୁମ୍ବାଇର ଏନଏମ ଯୋଶୀ ମାର୍ଗ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ଏଡିଆର (ADR)ରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ଏହି ସୂଚନା ମୁମ୍ବାଇ ପୋଲିସ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ମନୋହର ନଲଗେଙ୍କୁ ୬୨ ବର୍ଷ ବୟସ ହୋଇଥିଲା ଏବଂ ସେ ମହସ୍କାର ଉଦ୍ୟାନ, ବିଡିଏ ଚାୱଲ, ନା ଏମ ଯୋଶୀ ମାର୍ଗ, ଡେଲିସଲେ ରୋଡ, ମୁମ୍ବାଇ-୧୩ର ବାସିନ୍ଦା ଥିଲେ। ସୋମବାର ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ରାଜ୍ୟର ୧୩ଟି ଆସନରେ ମତଦାନ ହୋଇଥିଲା। ଭୋଟର ଏହି ଶେଷ ପର୍ଯ୍ୟାୟରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ର ସର୍ବନିମ୍ନ ମତଦାନ ହୋଇଛି। ଏହା ବ୍ୟତୀତ ପଞ୍ଚମ ପର୍ଯ୍ୟାୟରେ ଇଭିଏମ୍ ତ୍ରୁଟି, ପାର୍ଟି କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଏବଂ ମତଦାନ କେନ୍ଦ୍ରରେ ସୁବିଧା ଅଭାବ ଯୋଗୁଁ ଏହି ବିଷୟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ପୋଲିସ କହିଛି ଯେ ଶୌଚାଳୟକୁ ଯିବା ପୂର୍ବରୁ ବୁଥ ଏଜେଣ୍ଟ ଜଣକ ଚିନ୍ତିତ ଥିଲେ ଏବଂ ଅସନ୍ତୋଷ ପ୍ରକାଶ କରିଥିଲେ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ କରାଯାଉଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସେନା (ୟୁବିଟି) କର୍ମୀମାନେ ନିର୍ବାଚନ ଆୟୋଗଙ୍କୁ ସହରର ମତଦାନ କେନ୍ଦ୍ରରେ ଉପଯୁକ୍ତ ସୁବିଧା ଯୋଗାଇ ନଥିବା ଅଭିଯୋଗ କରିଛନ୍ତି। ତେଣୁ ବିଭିନ୍ନ ବୁଥରେ ବୁଥ ଏଜେଣ୍ଟ ଅନେକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି।

Leave A Reply

Your email address will not be published.