ବ୍ରହ୍ମପୁର: କୋରୋନା ମହାମାରୀକୁ ରୋକବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶନାମା। ସାମାଜିକ ଦୂରତ୍ବ ଏବଂ ମାସ୍କ ପିନ୍ଧିବା ବିଷୟକୁ ଅଧିକ ଗୁରୁତ୍ଵ ଦିଆଯିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଗଞ୍ଜାମ ଜିଲ୍ଲାରେ ଥିବା ପ୍ରତ୍ୟେକ ଦୋକାନ ସମୁଖରେ ବ୍ୟାରିକେଟ କରାଯାଇ ଯେଭଳି ସେଠାରେ ଗ୍ରାହକ ଏବଂ ବ୍ୟବସାୟୀ ମଧ୍ୟରେ ଏକ ମିଟର ଦୂରତ୍ବ ରହିବ ତାହାକୁ ଗୁରୁତ୍ବ ଦିଆଯାଇଛି । ମାସ୍କ ନାହିଁ ତ ସାମଗ୍ରୀ ନାହିଁ ବୋଲି ସୂଚିତ ଫଳକ ଝୁଲାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଯଦି ଏହି ନିର୍ଦ୍ଦେଶରେ କିଏ ଖିଲାପ କରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି ।
ବ୍ୟବସାୟୀ ଗ୍ଲୋବସ୍ ପରିଧାନ କରିବାକୁ କୁହାଯାଇଛି । ପ୍ରତ୍ୟେକ ଦୋକାନରେ ଆସୁଥିବା ଗ୍ରାହକଙ୍କ ତାଲିକାକୁ ଏକ ଡାଏରୀରେ ଉଲ୍ଲେଖ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.