ଭୁବନେଶ୍ୱର: ରାଜ୍ୟରେ ଦିନ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଏହି ସଂଖ୍ୟା ୬୦ରେ ପହଂଚିଥିବା ବେଳେ ୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏହି କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଜିତ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି, ଯେଉଁ ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି ସେମାନଙ୍କୁ ପ୍ରର୍ଯ୍ୟୟକ୍ରମେ ସ୍ୱାସ୍ଥ୍ୟ ଯାଂଚ କରାଯାଉଛି । ଆବଶ୍ୟକ ପଡିଲେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ୧୫ ଦିନିଆ କ୍ୱାରେଣ୍ଟିନ୍ରେ ରଖାଯିବ ବୋଲି ସେ କହିଛନ୍ତି । ଏଥିସହ ଅବରୋଧ ଅଂଚଳରେ ରହୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ସର୍ଭିଲାନ୍ସରେ ରଖାଯାଇଛି ।
ସେ ଆହୁରି କହିଛନ୍ତି ଯେ, ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ନିରାପଦରେ ରହିଛି । କିନ୍ତୁ ଯେକୌଣସି ପରିସ୍ଥିତିରେ ମଧ୍ୟ ସ୍ଥିତି ବଦଳିପାରେ ସେ କଥା କହିହେବନି । କରୋନା ଚେନ୍କୁ ଭାଙ୍ଗିବା ହେଉଛି ସବୁଠାରୁ ବଡ ଚ୍ୟାଲେଂଜ ।
ଭୁବନେଶ୍ୱରରେ ୪୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ନିଜାମୁଦ୍ଦିନ ଲିଙ୍କ ରହିଛି । ଭୁବନେଶ୍ୱର ଓ ଭଦ୍ରକ କରୋନା ରେଡ୍ ଜୋନ୍ରେ ଅଛି । ୨୮ ଦିନ ପରେ ସ୍ଥିତି ସୁଧରିଲେ ଅରେଂଜ ଜୋନ୍କୁ ଆସିବ । ରାଜ୍ୟରେ ଟେଷ୍ଟି ସୁବିଧା ବଢ଼ୁଛି । ପୋଲିଂ ମେଥଡରେ ଅଧିକ ପରୀକ୍ଷା କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅଜିତ ମହାନ୍ତି କହିଛନ୍ତି ।
BREAKING NEWS
- ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ;ବାପାଙ୍କ ସହାୟତାରେ ୫.୫୬ କୋଟି ଆତ୍ମସାତ
- ପର୍ଯ୍ୟଟକ ମହିଳାଙ୍କୁ ଦୁଷ୍କର୍ମ ମାମଲା;ଦୋଷୀକୁ ୧୦ ବର୍ଷ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଅର୍ଥଦଣ୍ଡ
- ଧୋନୀଙ୍କ ଖାସ କ୍ଲବରେ ଏଂଟ୍ରି ମାରିବେ ସଞ୍ଜୁ ସାମସନ, କୋହଲି ରଚିବେ ଇତିହାସ
- SCB Hospital Fire:SCB ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ;୪ ଅଧିକାରୀ ନିଲମ୍ବିତ
- ଏକ ଚାରି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ମୃତ
- Biju Naveen Inspirational Foundation: ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ;କହିଲେ- ଓଡ଼ିଶାବାସୀଙ୍କ ହିତ ପାଇଁ…
- ହାଇଦ୍ରାବାଦର ନେତୃତ୍ୱ ନେବେ ଈଶାନ କିଶାନ
- RI office: ବେଆଇନ କାର୍ଯ୍ୟ କରିବାକୁ ମନା କଲେ RI…ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ; ଥାନାରେ ଅଭିଯୋଗ
- ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟର ବ୍ୟବସ୍ଥା;ଜୁନ୍ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ
- Sara Ali Khan Badrinath Kedarnath Visit : ଆଉ କେଦାରନାଥ ଦର୍ଶନ କରିପାରିବେ ନାହିଁ ସାରା ଅଲି ଖାନ?
Comments are closed.