ଭୁବନେଶ୍ୱର: ଇଂରାଜୀରେ ଏକ ଶବ୍ଦ ଅଛି “ନେସେସିଟି ଇଜ ଦ ମଦର ଅଫ ଅଲ ଇନଭେନସନ”। ଏହାର ଅର୍ଥ ଆବଶ୍ୟକତା ହିଁ ଆବିଷ୍କାରର ଜନନୀ ।
ସାରା ବିଶ୍ୱରେ ଏବେ କରୋନା ସଙ୍କଟ। ଏହି ମହାମାରୀରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ପ୍ରମୁଖ ଭୂମିକା ବହନ କରୁଛି । କେହି କାହାକୁ ଛୁଇଁବାକୁବାକୁ ଡ଼ରୁଛନ୍ତି । କରୋନା କେଉଁଠି ଓ କାହାଠାରେ ଯେ ଥିବା ତାହା ଜାଣିବା ମୁସ୍କିଲ। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଥିଲେ ।
ତେବେ ୩୧ ତାରିଖରୁ ଦେଶରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ସାରିଥିବା ବେଳେ ଆରମ୍ଭ ହୋଇଛି ଅନଲକ୧.୦। ଏଥିରେ ସରକାର କିଛି ଅଂଶରେ କୋହଳ କରିଛନ୍ତି । ମାତ୍ର ସଠିକ ଗାଇଡ଼ଲାଇନ ଓ ସମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦେବାକୁ ପ୍ରାଧାନ୍ୟ ଦିଆଯାଇଛି ।
ଏମିତିକି ଯାତ୍ରା ସମୟରେ ମଧ୍ୟ ।ତେବେ ସାମାଜିକ ଦୂରତା ବଜାଇ ରଖି ନିଜ ଯାତ୍ରୀଙ୍କ ସୁରକ୍ଷା ପାଇଁ ଜଣେ ଅଟୋ ଡ୍ରାଇଭର ନିଜ ଅଟୋକୁ ଚାରି କିପରି ଭାଗରେ ବିଭକ୍ତ କରିଛନ୍ତି, ଦେଖନ୍ତୁ ।
ବିନା କାହା ସଂସ୍ପର୍ଶରେ ଆସି ଏବେ ଗୋଟିଏ ଅଟୋରେ ବସି ପାରିବେ ୪ ଜଣ ବ୍ୟକ୍ତି । ଅଟୋ ଡ୍ରାଇଭରଙ୍କ ଏହି ଅଭିନବ ପ୍ରୟାସକୁ ସାଧୁବାଦ।
Comments are closed.