Latest Odisha News

BREAKING NEWS

ଏହି ବ୍ଲଡ଼ ଗ୍ରୁପ ପାଇଁ ଅଧିକ ମାରାତ୍ମକ ସାବ୍ୟସ୍ତ ହେଉଛି କରୋନା !

ଭୁବନେଶ୍ୱର: ସାରାଦେଶରେ କରୋନା ସଙ୍କଟ । ଧୀରେଧୀରେ କରି ଏହା ୨୦୦ ରୁ ଅଧିକ ଦେଶକୁ ନିଜ କବଳକୁ ନେଇ ସାରିଲାଣି।ଭାରତରେ ମଧ୍ୟ ଦୃତ ଗତିରେ ସଂକ୍ରମଣ ମାଡି ଚାଲିଛି ।

ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଏହାକୁ ନେଇ ଏକ ଅନୁସନ୍ଧାନ ପ୍ରକାଶ ପାଇଛି। କେଉଁ ବ୍ଲଡ ଗ୍ରୁପର ଲୋକଙ୍କୁ  କରୋନା ଜୀବାଣୁ ହେବାର ଆଶଙ୍କା ଅଧିକ ଥାଏ ଓ କେଉଁମାନଙ୍କୁ କମ୍ ତାହା ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି ।

ନିକଟରେ ଏକ ଅନୁସନ୍ଧାନ କରୋନା ଜୀବାଣୁରେ ପୀଡିତ ଲୋକଙ୍କ ବ୍ଲଡ ଗ୍ରୁପ ଉପରେ ନଜର ରଖି କରାଯାଇଛି…

ସୂଚନାଯୋଗ୍ୟ ଯେ, ବୈଜ୍ଞାନିକମାନେ କରୋନା ଜୀବାଣୁ ସଂକ୍ରମିତ ୨୧୭୩ ଜଣଙ୍କୁ ପରୀକ୍ଷା କରିଥିଲେ। ଏମାନଙ୍କ ମଧ୍ୟରୁ କରୋନା ଜୀବାଣୁ ଯୋଗୁଁ ମୃତ୍ୟୁ ହୋଇଥିବା ଅଧିକାଂଶ ଲୋକଙ୍କ ବ୍ଲଡ ଗ୍ରୁପ ‘ଏ’ ରହିଥିବା ଜଣାପଡିଛି। ଏହା ସହ ପ୍ରାୟ ୫୦ ପ୍ରତିଶତ ‘ଏ’ ବ୍ଲଡ ଗ୍ରୁପ ଥିବା ଲୋକେ ଅଧିକ ସଂକ୍ରମିତ ହୋଇଛନ୍ତି ।

ଏହି ସଂକ୍ରମଣ ସଂଖ୍ୟାରେ ୨୬ ପ୍ରତିଶତ ‘ଓ’ ବ୍ଲଡଗ୍ରୁପ ଥିବା ଲୋକେ କରୋନା ଜୀବାଣୁ ଦ୍ୱାରା ପ୍ରଭାବିତ ହୋଇଥିବା ରିପୋର୍ଟରେ ପ୍ରକାଶ ।

ତେବେ ଏହି ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ‘ଏ’ ବ୍ଲଡ ଗ୍ରୁପ ଥିବା ଲୋକଙ୍କୁ କରୋନା ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ ।

ଅନ୍ୟପଟେ ‘ଓ’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ଏହି ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା କମ୍ ଥାଏ।

Leave A Reply

Your email address will not be published.