Latest Odisha News

BREAKING NEWS

ଆସାମରେ ହ୍ରାସ ପାଇବ କି ମୁସଲମାନ ସଂଖ୍ୟାଗରିଷ୍ଠତା !

ଗୌହାଟି: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଅଣ୍ଟା ଭିଡୁଥିବା ବେଳେ ଆସାମରେ ଆସନ ସଂଖ୍ୟାକୁ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ଚାଲିଛି ଜୋରଦାର ଆଲୋଚନା। ନିର୍ବାଚନ ଆୟୋଗ ସପ୍ତାହ ତଳେ ଆମାସ ପାଇଁ ପରିସୀମା ନିର୍ଦ୍ଧାରଣ ପ୍ରସ୍ତାବର ଡ୍ରାଫ୍ଟ ପ୍ରକାଶ କରିଥିଲେ। ନିର୍ବାଚନ ଆୟୋଗ ଆସାମରେ ବିଧାନସଭା ସିଟ୍ ସଂଖ୍ୟା ୧୨୬ ଏବଂ ଲୋକସଭା ସିଟ୍ ସଂଖ୍ୟା ୧୪ ରେ ହିଁ ରଖିବାକୁ କହିଛନ୍ତି। ଅନ୍ୟପଟେ ଆସାମରେ ବିରୋଧୀ ଦଳର ନେତାମାନେ କହିଛନ୍ତି ଯେ ରାଜ୍ୟରେ ମୁସଲମାନ ସଂଖ୍ୟାଗରିଷ୍ଠତା ହ୍ରାସ ପାଇବ।

ଏଆଆଇୟୁଡିଏଫ୍ ଏବଂ କଂଗ୍ରେସ କହିଛି ଯେ ନିର୍ବାଚନ ଆୟୋଗ ଏହାର ପ୍ରସ୍ତାବିତ ଡ୍ରାଫ୍ଟରେ ମୁସଲମାନ ସଂଖ୍ୟାଗରିଷ୍ଠ ବିଧାନସଭା ନିର୍ବାଚନମଣ୍ଡଳୀ ସଂଖ୍ୟାକୁ ୨୯ ରୁ ୨୨ କୁ ହ୍ରାସ କରିଛନ୍ତି। ଦ ହିନ୍ଦୁର ରିପୋର୍ଟ ଅନୁଯାୟୀ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ, ଏହି ପ୍ରସ୍ତାବିତ ଚୁକ୍ତିନାମା ଡ୍ରାଫ୍ଟ ସେହି କାମ କରିବ, ଯାହା ୧୯୮୫ର ଆସାମ ଚୁକ୍ତି ଏବଂ ଏନଆରସି କରି ପାରିନାହିଁ। ଆସାମରେ ପ୍ରସ୍ତାବିତ ଡ୍ରାଫ୍ଟ ଚୁକ୍ତିନାମାରେ ରାଜ୍ୟର ବିଧାନସଭାରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ସିଟ୍ ସଂଖ୍ୟା ୧୬ ରୁ ୧୯ କୁ ବୃଦ୍ଧି କରିବା ଏବଂ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ସିଟ୍ ସଂଖ୍ୟା ୮ ରୁ ୯ କୁ ବୃଦ୍ଧି କରିବା କଥା କୁହାଯାଉଛି।

Comments are closed.