Latest Odisha News

BREAKING NEWS

Joranda Mela: ଜାନୁଆରୀ ୩୧ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା; ପ୍ରମୁଖ ସ୍ଥାନରେ ଲାଗିବ ସିସିଟିଭି

ଢେଙ୍କାନାଳ:୨୦୨୬ ଜାନୁଆରୀ ୩୧ ତାରିଖଠାରୁ ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଅନୁଷ୍ଠିତ ହେବ । ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡଦ୍ଵୀପ ପ୍ରଜ୍ବଳନ କରିବେ। ସାରା ଭାରତର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଏହି ଯୋରନ୍ଦା ମହିମା ଗାଦି ମୁହାଁ ହୋଇଥାନ୍ତି । ଏହି ଉପଲକ୍ଷେ ଶନିବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଳା ଯେପରି ଶାନ୍ତିଶୃଙ୍ଖଳାର ସହିତ ଶେଷ ହେବ ସେଥିପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ମେଳାରେ ପ୍ରାୟ ୧୯ ଲକ୍ଷ ଟଙ୍କା ଆୟ ଅଟକଳ ହୋଇଥିଲା ବେଳେ ପ୍ରାୟ ୧୭ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ହେବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ଯାତ୍ରୀଙ୍କ ଲାଗି ସବୁ ପ୍ରକାର ସୁବିଧା ଉପଲବ୍ଧ ହେବ ବୋଲି ଉପଜିଲ୍ଳାପାଳ ବିବୁଧ ଗଡ଼ନାୟକ କହିଛନ୍ତି ।

ଶାନ୍ତିଶୃଙ୍ଖଳା ରକ୍ଷା ସହିତ ମେଳା ସୁପରିଚାଳନା ନିମନ୍ତେ ଆରକ୍ଷୀ ବ୍ୟବସ୍ଥା ସହ ପ୍ରମୁଖ ସ୍ଥାନଗୁଡ଼ିକରେ ସିସିଟିଭି ଲଗାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ପ୍ରକାଶ କରିଥିଲେ । ଅପେରା ଯାତ୍ରା ପାର୍ଟିରେ କୌଣସି ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଲେ ଏହାକୁ ବନ୍ଦ କରିଦିଆଯିବ ସୂଚନା ରହିଛି ।

Leave A Reply

Your email address will not be published.