Latest Odisha News

BREAKING NEWS

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଫିଲ୍ମ ‘ସାଇନା’, ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ଫିଲ୍ମ 

ନୂଆଦିଲ୍ଲୀ: ରିଲିଜ୍‌ ହେଲା ଚଳଚ୍ଚିତ୍ର ‘ସାଇନା’ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ହଲ୍କୁ ଆସିଛି ଫିଲ୍ମ । ଚଳଚ୍ଚିତ୍ରରେ ପରିଣୀତି ଜଣେ ଖେଳାଳି ଭୂମିକାରେ ନଜର ଆସିଛନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କ ଦମଦାର ଅଭିନୟ ପ୍ରଶଂସକଙ୍କ କ୍ରେଜ ବଢାଉଛି । ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହେୱାଲ୍‌ଙ୍କ ଉପରେ ଆଧାରିତ ଫିଲ୍ମରେ ତାଙ୍କ ଭୂମିକାରେ ଅଭିନୟ କରି ପରିଣୀତି ଏବେ ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । 

ଫିଲ୍ମଟି ସାଧାରଣଠାରୁ ଯଥେଷ୍ଟ ଉପରେ । ନିହାତି ଭାବେ ଏହା ଏକ ଭଲ ଚଳଚ୍ଚିତ୍ର । ଦର୍ଶକ ଏହି ଫିଲ୍ମକୁ ଚମତ୍କାର ବୋଲି କହିବା ସହ ଏହାକୁ ନିଶ୍ଚିତ ଦେଖିବା ଉଚିତ ବୋଲି କହିଛନ୍ତି । ଫିଲ୍ମ ଦେଖିସାରିଥିବା ଦର୍ଶକ ପରିଣୀତିଙ୍କୁ ଦେଶର ଗର୍ବ ବୋଲି କହିଛନ୍ତି ।

Leave A Reply

Your email address will not be published.