Latest Odisha News

BREAKING NEWS

ଶ୍ରୀ ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲା MGM ମିନେରାଲ୍ସ

ପୁରୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ବିକାଶ ପାଇଁ ୧ କୋଟି ଟଙ୍କା ଦାନ କରିଛି MGM ମିନେରାଲ୍ସ ଲିମିଟେଡ୍ । କମ୍ପାନୀ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ୍ ମହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଭେଟି ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।

MGM ମିନେରାଲ୍ସର CSR ପାଣ୍ଠିରୁ ଏହି ଟଙ୍କା ପ୍ରଦାନ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି l ଏହି ଅବସରରେ କମ୍ପାନୀର ପରାମର୍ଶଦାତା ସରୋଜ କୁମାର ରାୟ ମଧ୍ୟ ଉପସ୍ଥିତ ଥିଲେ l 

ନିକଟରେ ବିଧାନସଭାରେ ପାରିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ଯୋଜନା l ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ସୁରକ୍ଷା ତଥା ଭକ୍ତଙ୍କ ପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯୋଜନାରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର l

Leave A Reply

Your email address will not be published.