Latest Odisha News

BREAKING NEWS

ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ: ରାଜନାଥ

ନୂଆଦିଲ୍ଲୀ: ଭାରତରେ ପହଂଚିଛି ଘାତକ ଲଢ଼ୁଆ ବିମାନ ରାଫେଲ । ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ୫ଟି ଯାଜ ରାଫେଲ ଫାଇଟର ଜେଟ୍ ଅବତରଣ କରିଛି । ରାଫେଲ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସେନାର ଇତିହାସରେ ନୂଆ ଯୁଗର ଆରମ୍ଭ ହୋଇଛି । ଏବେ ବାୟୁସେନାର ଶକ୍ତି ବଢ଼ିବ । ରାଫେଲ ବାୟୁସେନା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। ବର୍ତ୍ତମାନ ଦେଶର ଶତ୍ରୁମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଏହାସହ ଠିକ ସମୟରେ ଠିକ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଭାରତୀୟ ବାୟୁସେନା ବହୁ ଦିନ ଧରି ଯେଉଁ ଯୁଦ୍ଧ ବିମାନକୁ ଅପେକ୍ଷା କରି ରହିଥିଲା ଆଜି ସେହି ଅପେକ୍ଷାରେ ଅନ୍ତ ଘଟିଛି ।

୫ଟି ଯାକ ରାଫେଲ ବିମାନ ଏୟାରବେସରେ ଅବତରଣ କରିଛି । ୫ଟି ରାଫେଲ ମଧ୍ୟରେ ତିନୋଟି ଟ୍ରେନର ଓ ଦୁଇଟି ଲଢ଼ୁଆ ବିମାନ ରହିଛି । ଜୁଲାଇ ୨୭ ତାରିଖରେ ଫ୍ରାନ୍ସ ମେରୀନ୍ଗାକ୍ ବେସରୁ ୫ ରାଫେଲ ଯୁଦ୍ଧ ବିମାନ ଭାରତ ପାଇଁ ଯାତ୍ରା ଆରମ୍ଭ କରିଥିଲେ । ଲଗାତାର ୭ ଘଣ୍ଟା ଉଡାଣ ପରେ ଗତକାଲି ସନ୍ଧ୍ୟାରେ ଆବୁଧାବିରେ ଅଲ-ଦଫ୍ରା ଏୟାରବେସରେ ପହଞ୍ଚିଥିଲା । ଆଜି ରାଫେଲ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି । ଅମ୍ବାଲାରେ ଲ୍ୟାଣ୍ଡିଙ୍ଗ ପରେ ତାଙ୍କୁ ୱାଟର୍ ସେଲ୍ୟୁଟ ଦିଆଯାଇଥିଲା । ୱାଟର୍ କେନନରେ ଡବଗ୍ଧରକ୍ସ ଗ୍ଦବକ୍ଷଙ୍କଗ୍ଧର ଦିଆଯାଇଛି ।

Leave A Reply

Your email address will not be published.