Latest Odisha News

BREAKING NEWS

ଫ୍ରାନ୍ସ ବୈଜ୍ଞାନିକ ଟିମ୍ କହିଲେ ୟୁରୋପରେ ଆସିଥିଲା କରୋନାର ପ୍ରଥମ ଘଟଣା

ପ୍ୟାରିସ: ଫ୍ରାନ୍ସର ଏକ ବୈଜ୍ଞାନିକ ଟିମ୍ ଦୃଢ଼ତା ସହକାରେ କହିଛନ୍ତି ଯେ, ଚୀନର ଉହାନ ପୂର୍ବରୁ ୟୁରୋପରେ କରୋନାର ପ୍ରଥମ ଘଟଣା ଆସିଥିଲା । ସେତେବେଳେ ଡାକ୍ତରମାନେ ମଧ୍ୟ କରୋନା ନେଇ ଅବଗତ ନ ଥିଲେ ବୋଲି ସେମାନେ କହିଛନ୍ତି । କଲମରରେ ଥିବା ଶିବଜର ଡାକ୍ତରଖାନାର ଡାକ୍ତର ମାଇକେଲ ସ୍ମିଥ ଓ ତାଙ୍କ ଟିମ୍ ଏହା ଦାବୀ କରିଛନ୍ତି ।

ଉତର ଫ୍ରାନ୍ସର ଏକ ଡାକ୍ତରଖାନାରେ ନଭେମ୍ବର ଓ ଡିସେମ୍ବର ମଧ୍ୟରେ ୨୫୦୦ ଥଣ୍ଡା ଜନିତ କେସ୍ ଆସିଥିଲା । ବର୍ତମାନ ପୁନର୍ବାର ସେ ସବୁର ଏକ୍ସ-ରେ ରିପୋର୍ଟ ଅନୁଧ୍ୟାନ କଲା ବେଳେ ୨ ଜଣ କରୋନା ସଂକ୍ରମିତ ଥିବା ଜଣା ପଡିଥିଲା । ସୂଚନାଯୋଗ୍ୟ, ୧୬ ନଭେମ୍ବର ୨୦୧୯ରେ ଚୀନର ଉହାନରେ ପ୍ରଥମ କରୋନା କେସ୍ ଆସିଥିଲା ।

Leave A Reply

Your email address will not be published.