Latest Odisha News

BREAKING NEWS

ଖୁବ ଶୀଘ୍ର ପରଦାକୁ ଆସିବ ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ କିରଣ ବେଦୀଙ୍କ ବାୟୋପିକ୍

ମୁମ୍ବାଇ: ଭାରତର ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ଡ. କିରଣ ବେଦୀଙ୍କ ପ୍ରେରଣାଦାୟକ ଜୀବନ କାହାଣୀକୁ ଖୁବ୍ ଶୀଘ୍ର ପରଦାରେ ଦେଖିବେ ଦର୍ଶକ । ଏହି ବାୟୋପିକ୍‌ର ନାଁ ‘ବେଦୀ: ଦ ନେମ୍‌ ୟୁ ନୋ, ଦି ଷ୍ଟୋରୀ ୟୁ ଡୋଣ୍ଟ’ ରଖାଯାଇଛି । ଏନେଇ ଫିଲ୍ମ ନିର୍ମାତା ଏକ ଭିଡିଓ ଜାରି କରି ଏହି ଘୋଷଣା କରିଛନ୍ତି ।

ନିଜେ କିରଣ ବେଦୀ ଗଣମାଧ୍ୟମ ସହ କଥା ହେବା ସମୟରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ଅନେକ ଥର ତାଙ୍କୁ ତାଙ୍କ ଜୀବନ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବା ପାଇଁ ପ୍ରସ୍ତାବ ମିଳିଥିଲା, କିନ୍ତୁ ଏବେ ଉପଯୁକ୍ତ ସମୟ ବୋଲି ସେ ଅନୁଭବ କରୁଥିବା କହିଛନ୍ତି । ସେ ଆହୁରି କହିଛନ୍ତି ଏହା ମୋ ପାଇଁ ମୁକ୍ତି ଅଟେ ।

75 ବର୍ଷୀୟ କିରଣ ବେଦୀ କହିଛନ୍ତି ଯେ, ନିର୍ଦ୍ଦେଶକ କୁଶଲ ଚାୱଲାଙ୍କ ସାଢେ ଚାରି ବର୍ଷର ଅନୁସନ୍ଧାନ ତାଙ୍କୁ ଏଥର ହଁ କହିବାକୁ ବାଧ୍ୟ କରିଛି । ସେ କହିଛନ୍ତି, “ଯେତେବେଳେ ମୁଁ କୁଶଲ ଏବଂ ତାଙ୍କ ପିତା (ନିର୍ମାତା) ଗୌରବ ଚାୱଲା ମୋ ପାଖକୁ ଆସି କହିଥିଲେ ଯେ ସେମାନେ ମୋ ଉପରେ ଏକ ଫିଲ୍ମ କରିବାକୁ ଚାହୁଁଛନ୍ତି, ସେତେବେଳେ ମୁଁ ମୋର କାମ ପାଇଁ ପଣ୍ଡିଚେରୀରେ ଥିଲି ।

ଏହି ଫିଲ୍ମ ଖୁବ୍ ଶୀଘ୍ର ପ୍ରି-ପ୍ରଡକ୍ସନ୍ ରେ ପ୍ରବେଶ କରିବ ଏବଂ କିରଣ ବେଦୀଙ୍କ ଭୂମିକାରେ ଅଭିନୟ ପାଇଁ ଅଭିନେତ୍ରୀ ଏପର୍ଯ୍ୟନ୍ତ ଠିକ୍ ହୋଇନାହାଁନ୍ତି । ଫିଲ୍ମକୁ ନେଇ ଯେତେବେଳେ ତାଙ୍କୁ ପଚରାଗଲା ଯେ କେଉଁ ଅଭିନେତ୍ରୀ ତାଙ୍କ ଚରିତ୍ରକୁ ଭଲ ଭାବରେ ପ୍ରଦର୍ଶିତ କରିପାରିବେ, ସେତେବେଳେ ସେ କହିଥିଲେ, ଏହା କହିବା କଷ୍ଟକର, ଏହାକୁ ନିର୍ଦ୍ଦେଶକ ଏବଂ ନିର୍ମାତା ବାଛିବା ଠିକ୍ ହେବ ।

ତେବେ ଆସନ୍ତା ବର୍ଷ ଏହି ଫିଲ୍ମ ଟି ରିଲିଜ୍ ହୋଇପାରେ ବୋଲି କିରଣ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.