Latest Odisha News

ପ୍ରଥମ ବନ୍ୟାଜଳ ଛାଡ଼ିଲା ଲୋୟର ଇନ୍ଦ୍ର: ଦୁଇଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି

ନୂଆପଡା : ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ଥର ପାଇଁ ଜଳ ନିଷ୍କାସନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଲ କିଶୋର ଖଟୁଆ । ଜଳ ନିଷ୍କାସନ ସମୟ ରେ ଲୋୟର ଇନ୍ଦ୍ର ଡ୍ୟାମର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଳ କିଶୋର ଖଟୁଆ, କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରି ଗୋବର୍ଦ୍ଧନ ନାଏକ, ଏସଡ଼ିଓ ହେମ କୁମାର ନାଏକ, କନିଷ୍ଠ ଯନ୍ତ୍ରୀ ଜୁରିଲାଲ ଲୁହାର ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l

ବର୍ତ୍ତମାନ ପ୍ରକଳ୍ପରୁ ପ୍ରତି ସେକେଣ୍ଡରେ ୩୧୪.୨୫୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨୫୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ୨ଟି ସୁଇସ୍ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବନ୍ୟା ଜଳରେ ଜଳସ୍ତର ବୃଦ୍ଧି ପାଉଥିବା ଆଶଙ୍କା କରି ଆଜି ଜଳ ନିଷ୍କାସନ କରାଯାଇଛି । କେନାଲ ଦ୍ୱାର ଦେଇ ମୁଖ୍ୟ ଦ୍ୱାରର ତଳ ପଟେ ଥିବା ଦୁଇଟି ଗେଟ୍ ଦେଇ ଏହି ବନ୍ୟା ଜଳ ନିଷ୍କାସନ କରାଯାଇଛି । ଗେଟ୍‌ ଖୋଲିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା। ପ୍ରଥମ ବନ୍ୟା ଜଳ ନିଷ୍କାସନ ଦେଖିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଡ୍ୟାମର ତାଳମୁଣ୍ଡରେ ଥିବା ଲୋକଙ୍କୁ ସତର୍କ କରିବା ପରେ ଅସ୍ଥାୟୀ ଡ୍ୟାମରୁ ଜଳ ନିଷ୍କାସନ କରାଯାଇଛି ।

Comments are closed.