ନୂଆଦିଲ୍ଲୀ: ସ୍ଥଗିତ ହେଲା ପ୍ରଥମ ପର୍ଯ୍ୟାୟ ଜନଗଣନା । କରୋନା ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ଏଭଳି ବଡ ନିଷ୍ପତ୍ତି ନେଇଛିି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପ୍ରଥମ ପର୍ଯ୍ୟାୟ ୨୦୨୧ ଜନଗଣନା ସ୍ଥିଗିତ ରହିବ । କେବଳ ସେତିକି ନୁହେଁ ଏନ୍ପିଆର ସଂଶୋଧନ କାର୍ଯ୍ୟ ମଧ୍ୟ ସ୍ଥିଗିତ ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
In view of #COVID19 outbreak, the first phase of Census 2021 and the updation of National Population Register (NPR) postponed until further orders: Ministry of Home Affairs pic.twitter.com/Gv9ZZhf1KR
— ANI (@ANI) March 25, 2020
ପୂର୍ବରୁ ମାର୍ଚ୍ଚ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଗଣନା ଘୁଂଚାଇବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ବର୍ତ୍ତମାନ ୨୧ ଦିନ ପର୍ୟ୍ୟନ୍ତ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ କରୋନା ମୁକାବିଲା ପାଇଁ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି ।
Comments are closed.