Latest Odisha News

BREAKING NEWS

ଭୁବନେଶ୍ୱରରେ ସରିଲା ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ପ୍ରଥମ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ ପାଇଁ ନମୁନା ସଂଗ୍ରହ ଶେଷ ହୋଇଛି । ବିଏମସିର ଚିହ୍ନଟ ହୋଇଥିବା ପ୍ରାୟ ୯୦୦ଟି ଘରୁ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି । ରାଜଧାନୀର ଏହି ସେରୋ ସର୍ଭେରେ ସମସ୍ତେ ସହଯୋଗ କରିଥିବା ବିଏମସି ସୂଚନା ଦେଇଛି । ଏଥିସହ ବିଏମସି ସ୍ଥାନୀୟ ୱାର୍ଡ ଅଧିକାରୀଙ୍କୁ ବି ଧନ୍ୟବାଦ ଜଣାଇଛି । ପ୍ରଥମ ରାଉଣ୍ଡରେ ୫ଟି ଟିମ୍ ରାଜଧାନୀର ୨୫ଟି ଗୋଷ୍ଠୀ ଅଂଚଳରେ ନିୟୋଜିତ ହୋଇଥିଲେ ।

ପ୍ରଥମ ପର୍ଯ୍ୟାୟରେ ସଂଗ୍ରହ କରାଯାଇଥିବା ନମୁନାକୁ ପରୀକ୍ଷାୀ ପାଇଁ ଆରଏମଆରସିକୁ ପଠାଯାଇଛି । ୩-୪ ଦିନ ଭିତରେ ସମସ୍ତ ନମୁନାର ପରୀକ୍ଷା କରାଯାଇ ବିଏମସିକୁ ରିପୋର୍ଟ ଦିଆଯିବ । ଏବଂ ରିପୋର୍ଟ ଅନୁସାରେ ବିଏମସି ସଂପୃକ୍ତ ଅଂଚଳରେ ପଦକ୍ଷେପ ନେବ । ଆଗକୁ ରାଜଧାନୀରେ ସଂକ୍ରମଣର ଅଧିକ ଆଶଙ୍କା ଥିବା ଅଂଚଳରେ ନମୁନା ସଂଗ୍ରହ କରିବ ବୋଲି ବିଏମସି ସୂଚନା ଦେଇଛି ।

Leave A Reply

Your email address will not be published.