Latest Odisha News

BREAKING NEWS

ହଟସ୍ପଟରୁ ନୟାଗଡ ଆସିଲେ ୧୪ ଦିନ କ୍ୱାରେଂଟିନ୍‌ ବାଧ୍ୟ

ନୟାଗଡ: ଏଣିକି ଆପଣ ଯଦି ରାଜ୍ୟର କୌଣସି ହଟସ୍ପଟ୍ ଜିଲ୍ଲାରୁ ନୟାଗଡ ଯାଉଛନ୍ତି, ତେବେ ୧୪ ଦିନ ପାଇଁ ସରକାରୀ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ପୋମା ଟୁଡୁ ।

ତେବେ ନୟାଗଡକୁ ଆସୁଥିବା ସରକାରୀ ଅଧିକାରୀ କିମ୍ବା ବ୍ୟବସାୟୀ ଯଦି ୭୨ ଘଂଟାରୁ କମ୍ ସମୟ ପାଇଁ ଆସନ୍ତି ତେବେ ତାଙ୍କୁ ସଙ୍ଗରୋଧରେ ରଖାଯିବ ନାହିଁ । ବିଜ୍ଞପ୍ତି ପ୍ରକାଶ ପାଇବା ସମୟରୁ ଏହା ତତକାଳ ଲାଗୁ କରାଯାଇଛି । ନିୟମ ଉଲ୍ଲଂଘନ କଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଜିଲ୍ଲାପାଳ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.