ନୂଆଦିଲ୍ଲୀ: ୨୦୨୬ ମସିହାର ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଫେବୃଆରୀ ୧୭ ତାରିଖ ଫାଲ୍ଗୁନ ମାସର ଅମାବାସ୍ୟା ଦିନ ହେବାକୁ ଯାଉଅଛି। ଯାହାକି ଧାର୍ମିକ ଏବଂ ଜ୍ୟୋତିଷ ଶାସ୍ତ୍ର ଉଭୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଏହି ସୂର୍ଯ୍ୟପରାଗ ମୁଖ୍ୟତଃ ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଆର୍ଜେଣ୍ଟିନା ଏବଂ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ। ଯଦିଓ ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ।
ତେଣୁ ଏହାର ସୂତକ ସମୟ ମଧ୍ୟ ବୈଧ ହେବ ନାହିଁ। ଜ୍ୟୋତିଷ ମାନଙ୍କ ମତରେ ଏହି ଦିନ ସୂର୍ଯ୍ୟ, ଶନିଙ୍କ ରାଶି କୁମ୍ଭରେ ରହିବେ ଯେଉଁଠାରେ ସେ ଏହାର ଛାୟା ଗ୍ରହ ରାହୁ ସହିତ ରହିବେ। ଏଥିଯୋଗୁଁ ମାନସିକ, ଆର୍ଥିକ ଏବଂ ପାରିବାରିକ ଜୀବନ ଉପରେ ପ୍ରଭାବ ପଡିପାରେ ବୋଲି ଜ୍ୟୋତିଷ ମାନେ ମତ ଦେଇଛନ୍ତି। କିଛି ରାଶି ଉପରେ ନକରାତ୍ମକ ପ୍ରଭାବ ପକାଇପାରେ ଏବଂ କିଛି ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଛି। ଜାଣନ୍ତୁ କେଉଁ ରାଶିଗୁଡ଼ିକ ସତର୍କ ରହିବା ଉଚିତ..
ସିଂହ ରାଶିର ବ୍ୟକ୍ତି ମାନଙ୍କୁ ସତର୍କତାର ସହିତ ଆଗକୁ ବଢ଼ିବାକୁ ପଡିବ। ଜମି, କୋଠା ଇତ୍ୟାଦି କ୍ରୟ କିମ୍ବା ବିକ୍ରୟ କୁ ନେଇ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଓ ନୂତନ ନିବେଶ କରିବା ସମୟରେ ଧର୍ଯ୍ୟ ରଖିବାକୁ ମଧ୍ୟ ଜ୍ୟୋତିଷ ମାନେ କହିଛନ୍ତି। ଏଥିସହିତ ବ୍ୟବସାୟୀମାନେ ସତର୍କ ରହିବା ଉଚିତ ଓ ଆତ୍ମୀୟ ପରିଜନଙ୍କ ଠାରୁ ଆଶା କରାଯାଇଥିବା ସମର୍ଥନ ମଧ୍ୟ ମିଳିବ ନାହିଁ। ଜୀବନ ସାଥିଙ୍କ ସହ ସମ୍ପର୍କକୁ ଉନ୍ନତ କରିବା ପାଇଁ ତାଙ୍କ ଭାବନାକୁ ସମ୍ମାନ କରନ୍ତୁ ଓ କୌଣସି ଦୂର ଯାଗା ଯାତ୍ରା ଏଡାନ୍ତୁ ବୋଲି ମଧ୍ୟ କୁହା ଯାଇଛି।
ସେହିପରି ମକର ରାଶିର ବ୍ୟକ୍ତି ମାନେ ଛୋଟ ଛୋଟ ପ୍ରସଙ୍ଗକୁ ଅଣଦେଖା କରନ୍ତୁ ନାହିଁ। ବିବାହ ବିଳମ୍ୱ ନେଇ ଜ୍ୟୋତିଷ ମାନେ ମତ ଦେଇଛନ୍ତି। ଏଥିସହିତ ଋତୁକାଳୀନ ରୋଗରୁ ଦୂରେଇ ରୁହନ୍ତୁ ଏବଂ ସୁସ୍ଥ ଖାଦ୍ୟପେୟ ଆପଣାଇବାକୁ ମଧ୍ୟ ପରାମର୍ଶ ଦିଆଯାଉଛି। କାରଣ ଦୁର୍ବଳ ସ୍ୱାସ୍ଥ୍ୟ ଫଳରେ କାମରେ ବାଧା ଉପୁଜିପାରେ। ବଜାରରେ ପ୍ରତିଷ୍ଠା ବଜାୟ ରଖିବା ପାଇଁ ଅଧିକ ପ୍ରୟାସ କରିବାକୁ ପଡ଼ିବ ଓ ଭଲ ସମ୍ପର୍କ ବଜାୟ ରଖିବା ପାଇଁ ଆପଣଙ୍କ ବାଣୀ ଏବଂ ଆଚରଣକୁ ନିୟନ୍ତ୍ରଣ କରିବାକୁ ପଡ଼ିବ।
ତେବେ କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ଉପରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ଭଲ ସମ୍ପର୍କ ବଜାୟ ରଖିବା ପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମିକ/ପ୍ରେମିକାଙ୍କ ସହ ମତଭେଦ ହୋଇପାରେ। ନୂତନ ଘର କିମ୍ବା ଯାନବାହାନ କିଣିବା ଠାରୁ ଦୂରେଇ ରୁହନ୍ତୁ ଓ ସଞ୍ଚିତ ଧନକୁ ଭାବିଚିନ୍ତି ବ୍ୟବହାର କରନ୍ତୁ।
Comments are closed.