Latest Odisha News

BREAKING NEWS

ରିଲିଜ ହେଲା ଫିଲ୍ମ ‘ଫୋନ୍ ଭୁତ୍’ର ପ୍ରଥମ ଗୀତ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ଆଗାମୀ ଫିଲ୍ମ ‘ଫୋନ୍ ଭୁତ୍’ର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରକୁ ଲୋକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା । ଦର୍ଶକଙ୍କ ଉତ୍ସାହକୁ ବଜାୟ ରଖିବା ପାଇଁ ନିର୍ମାତାମାନେ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ଅତୀତରେ ନିର୍ମାତାମାନେ ଫିଲ୍ମର ପ୍ରଥମ ଗୀତ ସମ୍ପର୍କରେ ଘୋଷଣା କରିଥିଲେ। ଆଜି ସେହି ଗୀତ ରିଲିଜ୍ ହୋଇଛି। ନିର୍ମାତାଙ୍କ ସହ ଫିଲ୍ମର ଷ୍ଟାର କାଷ୍ଟ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ନୂତନ ତଥା ପ୍ରଥମ ଗୀତ ‘କିନ୍ନା ସୋନା’ ସେୟାର କରିଛନ୍ତି।

ଗୀତ ‘କିନ୍ନା ସୋନା’ ବିଷୟରେ ଯଦି ଆଲୋଚନା କରିବା ତେବେ ଗୀତରେ କ୍ୟାଟ୍ରିନା କୈଫଙ୍କ ରେଡ ହଟ ଲୁକରେ ବେଶ ଚମକୁଛନ୍ତି। ଏଥି ସହିତ ଇଶାନ ଖଟ୍ଟର ଏବଂ ସିଦ୍ଧାନ୍ତ ମଧ୍ୟ ବହୁତ ସ୍ମାର୍ଟ ଦେଖାଯାଉଛନ୍ତି। ଗୀତର କାହାଣୀ ବିଷୟରେ ଯଦି କହିବା ତେବେ କ୍ୟାଟ୍ରିନା ଏକ ପୁରୁଣା ପ୍ରାସାଦରେ ଅନେକ ଭୂତଙ୍କ ସହ ନାଚୁଥିବାର ନଜର ଆସୁଛନ୍ତି। ଆରମ୍ଭରେ ସେ କୌଣସି ସାହାଯ୍ୟ ବିନା ପାହାଚରୁ ଡେଇଁପଡୁଥିବା ନଜର ଆସୁଛନ୍ତି। ଏହି ଘଟଣା ଦେଖି ଇଶାନ ଏବଂ ସିଦ୍ଧନ୍ତଙ୍କ ହୋସ ଉଡିଯାଉଛି। ତେବେ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ ସାମ୍ନାରେ ସେ ତାଙ୍କ ଚାରିପାଖରେ ଘଟୁଥିବା ଘଟଣାକୁ ଅଣଦେଖା କରୁଛନ୍ତି।

ବିବାହ ପରେ କ୍ୟାଟ୍ରିନାଙ୍କର ଏହା ପ୍ରଥମ ପଞ୍ଜାବୀ ଗୀତ ବୋଲି କୁହାଯାଉଛି। ପରଦାରେ ତାଙ୍କର ଉପସ୍ଥିତି ଏବଂ ‘କିନ୍ନା ସୋନା’ରେ ତାଙ୍କର ନୂତନ ଅବତାରକୁ ଦେଖି ପ୍ରଶଂସକ ଖୁସି ହୋଇଛନ୍ତି। ହାଲୋୱିନ୍ ପରି ଏକ ପାର୍ଟୀ ସିକ୍ୱେନ୍ସରେ ସୁଟ୍ କରାଯାଇଥିବା ଏହି ଗୀତରେ ଇଶାନ ଏବଂ ସିଦ୍ଧାନ୍ତଙ୍କ ସହ କ୍ୟାଟ୍ରିନାଙ୍କ କେମିଷ୍ଟ୍ରି ବେଶ ଭଲ ଲାଗୁଛି। ଗୀତରେ କ୍ୟାଟ୍ରିନାଙ୍କ ସ୍ମୋକିଂ ହଟ ଅନ୍ଦାଜ ଆଖିରୁ ନଜର ହଟୁନାହିଁ। ସୋସିଆଲ ମିଡିଆରେ କିଛି ୟୁଜର୍ସ କହୁଛନ୍ତି ଯେ କ୍ୟାଟ୍ରିନାଙ୍କର ଦୁନିଆର ସବୁଠାରୁ ସୁନ୍ଦର ଭୂତ ଆଖି। ଗୀତ ‘କିନ୍ନା ସୋନା’ ତନିସ୍କ ବାଗଚିଙ୍କ ଦ୍ୱାରା ରଚିତ। ଜାହ୍ରା ଏବଂ ତନିସ୍କ ଏହି ଗୀତ ଗାଇଛନ୍ତି। ଗଣେଶ ହେଗଡେ କୋରିଓଗ୍ରାଫି କରିଛନ୍ତି।

ସୂଚନା ଥାଉକି ପ୍ରଥମ ଥର ପାଇଁ କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନଙ୍କ ସହ ଫିଲ୍ମରେ ନଜର ଆସିବେ। କ୍ୟାଟ୍ ଏହି ଫିଲ୍ମରେ ଭୂତ ଭୂମିକାରେ ଅଭିନୟ କରୁଛନ୍ତି। ସେହିପରି ସିଦ୍ଧନ୍ତ ଏବଂ ଇଶାନ ଭୂତକୁ ଧରନ୍ତି। ଭୂତମାନଙ୍କୁ ଦେଖିବା ଏବଂ ଶୁଣିବା ପାଇଁ ଉଭୟଙ୍କର ଶକ୍ତି ରହିଛି। ଏହି ଫିଲ୍ମ ନଭେମ୍ବର ୪ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.