Latest Odisha News

BREAKING NEWS

ଆସନ୍ତା ବର୍ଷ ଆରମ୍ଭ ହେବ ମହିଳା ଆଇପିଏଲ

ମୁମ୍ବାଇ: ମହିଳା ଇଣ୍ଡିଆନ ପ୍ରିମିୟର ଲିଗ ଆସନ୍ତା ବର୍ଷ ଆରମ୍ଭ ହେବ । ମହିଳା ଟି୨୦ ବିଶ୍ୱକପ ପରେ ଫେବୃୟାରୀ ୨୬ରୁ ଏହା ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି । ପ୍ରଥମ ସିଜନରେ ଏହା ୨ଟି ଭେନ୍ୟୁରେ ଓଭରାଲ ୨୨ ମ୍ୟାଚ ଖେଳାଯିବ । ଗୋଟିଏ ଟିମ ପାଖରେ ୬ ବିଦେଶୀଙ୍କ ସମେତ ୧୮ ଖେଳାଳି ରହିବେ । ସେହିପରି ଚୂଡାନ୍ତ ଏକାଦଶରେ ୫ରୁ ଅଧିକ ବିଦେଶୀ ଖେଳାଳି ରହିପାରିବେ ନାହିଁ । ବିସିସିଆଇ ଆଇପିଏଲରେ ୫ଟି ଟିମ ପାଇଁ ନିଲାମ ଡାକିବ । ତେବେ କିଭଳି ଟିମର ନାମକରଣ ହେବ ସେ ନେଇ ୨ଟି ପ୍ଲାନ ରହିଛି ।

ଆସନ୍ତା ସପ୍ତାହରେ ହେବାକୁ ଥିବା ବିସିସିଆଇ ବୈଠକରେ ଏ ନେଇ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବ । ଲିଗ ପର୍ଯ୍ୟାୟରେ ପ୍ରତ୍ୟେକ ଟିମ ପରସ୍ପର ବିପକ୍ଷରେ ୨ଟି ମ୍ୟାଚ ଖେଳିବେ । ପଂଏଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଥିବା ୨ଟି ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.