Latest Odisha News

BREAKING NEWS

ପରଲୋକରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଦିବାସୀ ଆଇଏଏସ୍ ଅଫିସର ଲିଭିନସ କିଣ୍ଡୋ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଇଏଏସ୍ ଅଫିସର ଲିଭନିସ୍ କିଣ୍ଡୋଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ରାତି ସାଢେ ୧୦ଟାରେ ରାଜଗାଙ୍ଗପୁର ମାଲିଡିହି ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଦିବାସୀ ଆଇଏଏସ୍ ଭାବେ କାର୍ଯ୍ୟରତ ଥିଲେ । କିଣ୍ଡୋଙ୍କ ମୃତ୍ୟୁରେ ସୁନ୍ଦରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।
୧୯୪୫ ମାର୍ଚ୍ଚ ୧୩ ତାରିଖରେ ରାଜଗାଙ୍ଗପୁର ଵ୍ଲକ ମାଳିଡିହିରେ ଜନ୍ମଗ୍ରହଣ କରିଥିଲେ ସ୍ବର୍ଗତ କିଣ୍ଡୋ । ୧୯୭୦ରେ ଅର୍ଥନୀତିରେ ଏମଏ ପାଠ୍ୟକ୍ରମରେ ସମ୍ବଲପୁର ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକ ଓ ପରେ ସ୍ନାତକୋତ୍ତରରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ । ଏହାପରେ ୧୯୮୯ରେ ୟୁକେ ଗ୍ଲାସଗୋ ଵିଶ୍ବବିଦ୍ୟାଳୟରେ ଅର୍ଥନୀତିର ବିକାଶ ବିଷୟରେ ପିଏଚଡି ହାସଲ କରିଥିଲେ
Leave A Reply

Your email address will not be published.