Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଦୁର୍ଘଟଣାର ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର : ଏମ୍ସରେ ଡିସପୋଜ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା  । ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର । ଭୁବନେଶ୍ବର ଏମ୍ସ ପକ୍ଷରୁ ଏସବୁ ମୃତଦେହକୁ ଡିସପୋଜ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ତିମ ସତ୍କାର ବେଳେ ପୂର୍ବତଟ ରେଳପଥ, ସିବିଆଇ ଏବଂ ବିଏମସି ଉପସ୍ଥିତ ରହିବେ । ଏସବୁ ମୃତଦେହକୁ ସତ୍ୟନଗର ଏବଂ ଭରତପୁର ଶ୍ମଶାନରେ କରାଯିବା ନେଇ ସୂଚନା ରହିଛି  ।

ସରକାରୀ ନିୟମ ଅନୁପାଳନରେ ଏସବୁ ମୃତଦେହକୁ ସତ୍କାର କରାଯିବ । ସତ୍ୟନଗର ଓ ଭରତପୁର ଶ୍ମଶାନରେ କରାଯିବ । ଏସବୁ ମୃତକକୁ ତାଙ୍କର ସମ୍ପର୍କୀୟ ମାନଙ୍କୁ ହସ୍ତାନ୍ତର କରିବା ନେଇ ପ୍ରଶାସନ ବହୁ ଚେଷ୍ଟା କରିଥିଲେ ବି କିଛି ସୁଫଳ ମିଳିନଥିଲା  ।  ଶେଷରେ ଏସବୁ ମୃତଦେହ ଗୁଡିକର ଅନ୍ତିମ ସଂସ୍କାର ପାଇଁ ନିଷ୍ପତି ନିଆଯାଇଛି ।

Comments are closed.