G20 ପାଇଁ ପିଏମ ମୋଦୀଙ୍କ ମନ୍ତ୍ର – ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ
ଜି-୨୦ ସମ୍ମିଳନୀର ଲୋଗୋ ପଦ୍ମ ଫୁଲ ଆଶାର ପ୍ରତୀକ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -20 ବୈଠକର ଲୋଗୋ ଉନ୍ମୋଚନ କରିଛନ୍ତି । ଏହା ସହ ଥିମ୍ ଏବଂ ୱେବସାଇଟ୍ ମଧ୍ୟ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ ବର୍ତ୍ତମାନ ଜି -20 ର ନେତୃତ୍ୱ ଗ୍ରହଣ କରିବାକୁ ଯାଉଛି । ସ୍ୱାଧୀନତାର 75 ତମ ବର୍ଷରେ ଏହା ଭାରତ ପାଇଁ ଏକ ବଡ଼ ସୁଯୋଗର ବିଷୟ । ଏହା ଭାରତ ପାଇଁ ଏକ ଐତିହାସିକ ଘଟଣା ।
The G-20 Summit in India in 2023 will reflect the spirit of वसुधैव कुटुंबकम…One Earth, One Family, One Future! pic.twitter.com/FVEPBOTKev
— Narendra Modi (@narendramodi) November 8, 2022
ଏହି ସମ୍ମିଳନୀର ଲୋଗୋ, ଥିମ୍ ଏବଂ ୱେବସାଇଟ୍ ଉନ୍ମୋଚିତ ଅବସରରେ G20 ପାଇଁ ପିଏମ ମୋଦୀଙ୍କ ମନ୍ତ୍ର ହେଉଛି ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ । ଯାହା କି ବସୁଧୈବ କୁଟୁମ୍ବକମ ର ପ୍ରତୀକ ।
ଡିସେମ୍ବର ୧ଠାରୁ ଭାରତ ଜି-୨୦ ଦେଶମାନଙ୍କ ସଭାପତିତ୍ବ କରିବାକୁ ଯାଉଛି । ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରଥମଥର ପାଇଁ ଭାରତରେ ଏପରି ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି।
୬ଟି ଭାରତୀୟ ଭାଷାରେ ସ୍ୱାଗତ ଅବିବାଦନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜି-୨୦ ସମ୍ମିଳନୀର ଥିମ୍ ସର୍ବଭାରତୀୟ ଚେତନା ଉପରେ ଆଧାରିତ। ସେ ହିନ୍ଦୁ ଦେବୀ ସରସ୍ୱତୀ ଓ ଲକ୍ଷ୍ମୀଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ “ଭାରତୀୟ ସଂସ୍କୃତିରେ ଉଭୟ ଜ୍ଞାନ ଓ ସମୃଦ୍ଧିର ଦେବୀ ପଦ୍ମ ଫୁଲ ଉପରେ ବିରାଜମାନ ଅଛନ୍ତି। ଲୋଗୋରେ ପଦ୍ମ ଫୁଲର ୭ଟି ଫାଖୁଡ଼ା ୭ ମହାଦ୍ୱୀପର ପ୍ରତିନିଧିତ୍ୱ କରୁଛନ୍ତି। ଏହା ବସୁଧୈବ କୁଟୁମ୍ବକମ, ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ଥିମ୍ ସହିତ ଜଡ଼ିତ।”
Symbols of hope in these times. pic.twitter.com/4a6AEbUP9i
— Narendra Modi (@narendramodi) November 8, 2022
ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧରୁ ମୁକ୍ତି ପାଇଁ ବୁଦ୍ଧଙ୍କ ବାର୍ତ୍ତା ହେଉଛି ହିଂସା ପ୍ରତିରୋଧରେ ମହାତ୍ମା ଗାନ୍ଧୀଙ୍କ ସମାଧାନ। ଜି -20 ମାଧ୍ୟମରେ ଭାରତ ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ନୂତନ ଶକ୍ତି ଦେଉଛି । G20 ଲୋଗୋରେ ଥିବା ପଦ୍ମ ପ୍ରତୀକ ଆଶାକୁ ଦର୍ଶାଇଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
Comments are closed.