Latest Odisha News

ଶକ୍ତ ହେଲେ ସରକାର: ସରକାରୀ କର୍ମଚାରୀଙ୍କୁ ଏ ମାସରେ ମିଳିବନି ଦରମା

ଲକ୍ଷ୍ନୌ: ଏ ମାସରେ ୩୯ ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ମାସିକ ଦରମା । ଶକ୍ତ ହେଲେ ଯୋଗୀ ସରକାର । ରୋକ୍ ଠୋକ୍ ଶୁଣାଇଦେଲେ ।

ତେବେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ତରଫରୁ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ମାନବ ସମ୍ପଦ ପୋଟାର୍ଲରେ ନିଜ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସମସ୍ତ ବିବରଣୀ ସେପ୍ଟେମ୍ବର ୩୦ ସୁଦ୍ଧା ଅର୍ଥାତ୍ ଗତକାଲି ସୁଦ୍ଧା ଭରିବାକୁ କୁହାଯାଇଥିଲା । ମାତ୍ର ସେପ୍ଟେମ୍ବର ୩୦ ବିତିଯାଇଥିଲେ ମଧ୍ୟ ଏବେ ବି ୩୯ ହଜାର କର୍ମଚାରୀ ଏହି ଫୋର୍ଟାଲରେ ନିଜର ସମ୍ପତ୍ତି ବିବରଣୀ ପୈଠ କରିନାହାନ୍ତି । ଯେଉଁଥିରେ କ୍ଷୁବ୍ଧ ହୋଇ ଉକ୍ତ ୩୯ ହଜାର କର୍ମଚାରୀଙ୍କ ଏ ମାସରେ ଅର୍ଥାତ୍ ସେପ୍ଟେମ୍ବର ମାସର ଦରମା ଦିଆଯିବନି ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ଯେଉଁମାନେ ସମ୍ପତ୍ତି ବିବରଣୀ ପୈଠ କରିଛନ୍ତି କେବଳ ସେମାନେ ହିଁ ଦରମା ପାଇବେ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ତେବେ ଉତ୍ତରପ୍ରଦେଶରେ ପାଖାପାଖି ୯୦ ଟି ବିଭାଗରେ ପ୍ରାୟ ୮ ଲକ୍ଷ ୨୭ ହଜାର ୫୮୩ କର୍ମଚାରୀ ଥିବା ବେଳେ ସମ୍ପତ୍ତି ଆପରେ କେବଳ ୭ ଲକ୍ଷ ୮୮ ହଜାର ୫୦୬ ଜଣ ହିଁ ସମସ୍ତ ବିବିରଣୀ ପୈଠ କରିଛନ୍ତି । ଆଉ ଏବେବି ୩୯ ହଜାର ୭୭ ଜଣ କର୍ମଚାରୀମାନେ ନିଜର ସମ୍ପତ୍ତିର ତଥ୍ୟ ପୈଠ କରିନାହାନ୍ତି । ଯାହାକୁ ନେଇ କର୍ମଚାରୀଙ୍କୁ କଡା ତାଗିଦ୍ କରି ଶାସ୍ତି ଦେଇଛନ୍ତି ସରକାର ।

Leave A Reply

Your email address will not be published.