Latest Odisha News

BREAKING NEWS

ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ନୂଆଦିଲ୍ଲୀ : ବୀମା କମ୍ପାନିର ଗୁରୁ ଦାୟିତ୍ୱ ବହନ କଲେ ସିଦ୍ଧାର୍ଥ ମହାନ୍ତି । ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମାର୍ଚ୍ଚ ୧୪ରୁ ତିନି ମାସ ପାଇଁ ସିଦ୍ଧାର୍ଥ ମହାନ୍ତି ଏହି ଦାୟିତ୍ୱ ଗ୍ରହଣ କରିବେ  । ବର୍ତ୍ତମାନର ଏଲଆଇସି ଅଧ୍ୟକ୍ଷ ଏମଆର କୁମାରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯାଇ ନଥିବା ବୀମା କମ୍ପାନି ସ୍ପଷ୍ଟ କରିଛି । ତେଣୁ ସିଦ୍ଧାର୍ଥ ମହାନ୍ତି ନିଜର ପୂର୍ବ ଦାୟିତ୍ୱ ସହ ଅନ୍ତରୀଣ ଅଧ୍ୟକ୍ଷ ପଦ ସମ୍ଭାଳିବେ । ଷ୍ଟକ ଏକ୍ସଚେଞ୍ଜକୁ ଶନିବାର ଏଲଆଇସି ଏହି ସୂଚନା ଦେଇଛି ।

ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଆସନ୍ତା ତିନି ମାସ ପାଇଁ ତାଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି । ମାର୍ଚ୍ଚ ୧୪ରୁ ସେ ଦାୟିତ୍ୱ ଗ୍ରହଣ କରିବେ । ସିଦ୍ଧାର୍ଥ ମହାନ୍ତି ବର୍ତ୍ତମାନ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ଏବଂ ସିଇଓ ଅଛନ୍ତି । ୨୦୨୧ ଫେବ୍ରୁଆରୀ ୧ରେ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିଲା । ୨୦୨୩ ଜୁନ ୩୦ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ । ଏଲଆଇସିର ନେତୃତ୍ୱ ଜଣେ ଅଧ୍ୟକ୍ଷ ଏବଂ ଚାରି ଜଣ ଏମଡି ହାତରେ ରହିଥାଏ । ବର୍ତ୍ତମାନ ସମୟରେ ବିଷ୍ଣୁ ଚରଣ ପଟ୍ଟନାୟକ, ଆଇପେ ମିନି, ସିଦ୍ଧାନ୍ତ ମହାନ୍ତି ଏବଂ ରାଜ କୁମାର କମ୍ପାନୀରେ ଏମଡି ଅଛନ୍ତି । ଏବଂ ଏମଆର କୁମାର କମ୍ପାନୀର ଅଧ୍ୟକ୍ଷ ଅଛନ୍ତି ।

ଗ୍ରସ୍ ରିଟର୍ଣ୍ଣ ପ୍ରିମିୟମ ମାମଲାରେ ଏଲଆଇସି ହେଉଛି ଭାରତର ସବୁଠୁ ବଡ଼ ଏବଂ ବିଶ୍ୱର ପଞ୍ଚମ ବୃହତ ବୀମା କମ୍ପାନୀ । ଏହାସହ ମୋଟ ସମ୍ପତ୍ତି ମାମଲାରେ ଏହା ବିଶ୍ୱର ଦଶମ ସବୁଠୁ ବଡ କମ୍ପାନୀ । ଅନ୍ୟ ପଟେ ବ୍ରାଣ୍ଡ ଏଲ ଆଇ ସି ହେଉଛି ବିଶ୍ଵର ତୃତୀୟ ସବୁଠୁ ଶକ୍ତିଶାଳୀ ବୀମା କମ୍ପାନୀ।

Leave A Reply

Your email address will not be published.