Latest Odisha News

BREAKING NEWS

ଅଭୁଲା ଗୀତ : ମୋ ଆଖିର କେତେ କଥା

ଗୀତ:  ସାରଦା ପ୍ରସନ୍ନ ନାୟକ 
ସଙ୍ଗୀତ : ଶ୍ରୀକୁମାର 
ଗାୟନ: ସନ୍ଧ୍ୟା ମୂଖାର୍ଜୀ 
କା, ୧୯୬୬

 

ମୋ ଆଖିର କେତେ କଥା

ମୋ ମନର ନିରବତା

କହିବାକୁ ଚାହେଁ ଯାହା

କହି ପାରେନା

ନ କହି ମୁଁ ନିରବରେ ରହିପାରେନା

ମୋ ଆଖିର କେତେ କଥା

 

ଏଇ ନଈ ଯାଏ ବହି

ସାଗରେ ମିଶିବା ପାଇଁ

କାନେ କାନେ ଧୀରେ ଧୀରେ

ମନ କଥା ଯାଏ କହି

ଢ଼େଉ ବିନା ଜୁଆର ତ

ରହିପାରେନା

ଏଇ ମୋର ଛୋଟ କଥା

ବୁଝିପାରନା

ମୋ ଆଖିର କେତେ କଥା

 

ସରସୀରେ ପଦ୍ମ କଇଁ

ସୂର୍ଯ୍ୟ ଚନ୍ଦ୍ରମାରେ ଚାହିଁ

ସରସୀରେ ପଦ୍ମ କଇଁ

ସୂର୍ଯ୍ୟ ଚନ୍ଦ୍ରମାରେ ଚାହିଁ

କେତେ ଉଷା ଗୋଧୂଳିରେ

ଆନନ୍ଦେ ମଗନ ହୋଇ

ଫୁଲ ବିନା ମହୁମାଛି

ରହିପାରେନା

ଏଇ ମୋର ଛୋଟ କଥା

ବୁଝିପାରନା

 

ମୋ ଆଖିର କେତେ କଥା

ମୋ ମନର ନିରବତା

କହିବାକୁ ଚାହେଁ ଯାହା

କହି ପାରେନା

ନ କହି ମୁଁ ନିରବରେ ରହିପାରେନା

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.