Latest Odisha News

BREAKING NEWS

ମୁଣ୍ଡଫଟା ଖରା: ସ୍କୁଲ ପରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏପ୍ରିଲ ୨୬ରୁ ୩୦ ତାରିଖ ଯାଏ ସାରା ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ପରେ ଅଙ୍ଗନବାଡି କେନ୍ଦ୍ରକୁ ସାମୟିକ ଭାବେ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ରାଜ୍ୟ ମହିଳା ଓ ଶିଶୁ ବିଭାଗର ସଚିବ ଅରବିନ୍ଦ ଅଗ୍ରଓ୍ୱାଲ ଚିଠି ଲେଖି ସମସ୍ତ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି। ଗତକାଲି ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ।

ଉଲ୍ଲେଖଯୋଗ୍ୟ, ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମାଲକାନଗିରରେ ୨୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରୁ ଭୁବନେଶ୍ୱରରେ ୪୦.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏହାକୁ ନଜରରେ ରଖି ଏସଆରସି ସତର୍କ ସୂଚନା ଜାରି କରିଛନ୍ତି । ମୁଣ୍ଡଫଟା ଖରାରେ ବାହାରକୁ ନବାହାରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଅତି ଆବଶ୍ୟକ ପଡିଲେ ଘରୁ ବାହାରିବାକୁ କୁହାଯାଇଛି। ଘରୁ ବାହାରିଲା ବେଳେ ସାଙ୍ଗରେ ପାଣି ଏବଂ ଛତା ନେବାକୁ କୁହାଯାଇଛି।

Comments are closed.