Latest Odisha News

BREAKING NEWS

ଆୟଠୁ ବଢ଼ି ଯାଉଛି ବ୍ୟୟ, ଘାଟାରେ ଚାଲୁଛି OSRTC

ଭୁବନେଶ୍ଵର: ଆୟଠୁ ବ୍ୟୟ ବଢ଼ି ଯାଉଛି । କ୍ଷତିରେ ଚାଲୁଛି OSRTC ବସ୍ । ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ OSRTC ୧୪୫ କୋଟି ଟଙ୍କା ଆୟ କରିଥିବା ବେଳେ ବ୍ୟୟ ହୋଇଥିଲା ୧୬୪ କୋଟି ୧୨ ଲକ୍ଷ ଟଙ୍କା । ସେହି ବର୍ଷ OSRTC ମୋଟ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ସହିଥିଲା । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ରିପୋର୍ଟ ଦେଖିବାକୁ ଗଲେ OSRTC ୧୫୬ କୋଟି ୪୩ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟର ପରିମାଣ ଥିଲା ୧୮୩ କୋଟି । ସେହି ଆର୍ଥିକ ବର୍ଷରେ ମୋଟ ୬ ଲକ୍ଷ ଟଙ୍କା ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ସହିଥିଲା । ତେବେ ପୂର୍ବ ବର୍ଷ ତୁଳନାରେ ଆୟ ବଢିଥିବା ବେଳେ ବ୍ୟୟର ପରିମାଣ ବଢିଥିବା ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।

 

Comments are closed.