Latest Odisha News

କାହିଁକି କମିଯାଉଛି ‘ଦ କପିଲ ଶର୍ମା’ ସୋ’ର ଭ୍ୟୁୟର୍ସ !

ମୁମ୍ବାଇ:‘ଦ କପିଲ ଶର୍ମା ସୋ’ର ଲୋକପ୍ରିୟତା ଦେଶ ତଥା ଦେଶ ବାହାରେ ବି ରହିଛି। ବିଦେଶରେ ବି ଲୋକେ ‘ଦ କପିଲ ଶର୍ମା’ ସୋ’କୁ ଦେଖିବାକୁ ଖୁବ ଭଲ ପାଆନ୍ତି। ବିଦେଶରେ ଏହି ସୋ’ର ଲୋକପ୍ରିୟତା ବି ରହିଛି। ହେଲେ କିଛି ଦିନ ପୂର୍ବେ ତାଙ୍କ ସୋ ବନ୍ଦ ଥିଲା। ବର୍ତ୍ତମାନ ପୁଣିଥରେ କମେଡି କିଙ୍ଗ୍‌ କପିଲ ଶର୍ମା ତାଙ୍କର ଦ୍ୱିତୀୟ ସିଜିନ୍‌ ସହିତ ନେଟଫ୍ଲିକ୍ସରେ କମବ୍ୟାକ୍‌ କରିଛନ୍ତି। କିନ୍ତୁ ଏହି ସୋ’ର ଭ୍ୟୁୟର୍ସ ଦିନକୁ ଦିନ ବଢିବା ପରିବର୍ତ୍ତେ କମିଯାଉଛି।

ସୂଚନା ଅନୁସାରେ ଏହି ସୋ’ର ପ୍ରଥମ ଏପିସୋଡରେ ଆଲିଆ ଭଟ୍ଟ ଏବଂ କରଣ ଜୋହର ତାଙ୍କ ଫିଲ୍ମ ‘ଜିଗରା’ ର ପ୍ରମୋସନ ପାଇଁ ଆସିଥିଲେ। ତାଙ୍କ ସହ ବେଦାଙ୍ଗ୍ ରୈନା ମଧ୍ୟ ଥିଲେ। ଅନେକ ଗପସପ ପରେ ମଧ୍ୟ ଏହି ଏପିସୋଡକୁ ଖୁବ୍‌ କମ୍‌ ଲୋକ ଦେଖିଛନ୍ତି। କୁହାଯାଉଛି ଏହି ଏପିସୋଡ ଏତେ ଖାସ୍‌ କମାଲ ଦେଖାଇ ପାରିଲା ନାହିଁ ଯେତିକି ରଣବୀର କପୁର ଏପିସୋଡ୍‌ ଦେଖାଇଥିଲା।

ନେଟଫ୍ଲିକ୍ସର ଗ୍ଲୋବାଲ୍‌ ଟପ୍‌ ୧୦ ଲିଷ୍ଟରେ ‘ଦ ଗ୍ରେଟ୍‌ ଇଣ୍ଡିଆନ୍ କପିଲ ଶୋ’ ସେପ୍ଟେମ୍ବର୍‌ ୨୨ ରେ ଡେବ୍ୟୁ କରିଥିଲା। ନନ୍‌ ଇଂଗ୍ଲିସ୍‌ ଟିଭି ଲିଷ୍ଟରେ ଗତ ସପ୍ତାହରେ ୮ ନମ୍ବରରେ ରହିଥିଲା। ଏହାକୁ କେବଳ ୧.୨ ମିଲିଅନ୍‌ ଅର୍ଥାତ୍‌ ୧୨ ଲକ୍ଷ ଲୋକ ଦେଖିଥିଲେ। ଯେତେବେଳେ ଏହାର ଏପିସୋଡ୍‌ ଆସିଥିଲା, ସେତେବେଳେ ଏହାକୁ ୧.୪ ମିଲିଅନ୍‌ ଅର୍ଥାତ୍‌ ୧୪ ଲକ୍ଷ ଲୋକ ଦେଖିଥିଲେ। ହେଲେ ରଣବୀର କପୁର ଯେଉଁ ଏପିସୋଡରେ ଆସିଥିଲେ ତାହାକୁ ୨.୪ ଅର୍ଥାତ୍‌ ୨୪ ଲକ୍ଷ ଲୋକ ଦେଖିଥିଲେ ଏବଂ ଟପ୍‌ ୩ରେ କପିଲଙ୍କ ଏହି ଶୋ’ ସ୍ଥାନ ପାଇଥିଲା।

 

Leave A Reply

Your email address will not be published.