ଭୁବନେଶ୍ୱର: ଶୀତ ଋତୁ ଆସିଲେ ପ୍ରେମୀଯୁଗଳଙ୍କ ମଧ୍ୟରେ ରୋମାନ୍ସ ବଢ଼ିଯାଏ। ଥଣ୍ଡା ପବନରେ ଏକ ଉଷ୍ମ ଚୁମ୍ବନ କେବଳ ଭଲପାଇବାର ଅନୁଭୂତି ଦିଏ ନୁହେଁ, ବରଂ ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ। ବିଶେଷଜ୍ଞମାନେ କହୁଛନ୍ତି ଯେ ଶୀତ ଦିନେ ଚୁମ୍ବନ ଶରୀରକୁ ଅଧିକ ଉଷ୍ମ ଏବଂ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ।
ବୈଜ୍ଞାନିକ ଅନୁସନ୍ଧାନ ଅନୁଯାୟୀ, ଚୁମ୍ବନ କରିବା ସମୟରେ ଶରୀରରେ ରକ୍ତ ସଞ୍ଚାଳନ ବଢ଼ିଯାଏ, ଯାହା ମୁହଁ ଏବଂ ଓଠକୁ ଅଧିକ ଉଷ୍ମ ପ୍ରଦାନ କରେ। ଥଣ୍ଡା ପାଗରେ ଏହି ଉଷ୍ମତା ଅନୁଭବ ଅଧିକ ମଧୁର ହୋଇଥାଏ ଏବଂ ଅକ୍ସିଟୋସିନ୍ (ଭଲପାଇବାର ହରମୋନ୍) ନିର୍ଗତ ହୋଇ ମାନସିକ ଚାପ କମାଇଥାଏ। ଏହା ଛଡ଼ା, ଚୁମ୍ବନର କିଛି ମୁଖ୍ୟ ବୈଜ୍ଞାନିକ ଫାଇଦା ହେଲା:
• ମାନସିକ ଚାପ କମାଏ: ଚୁମ୍ବନ କରଟିସୋଲ୍ (ଷ୍ଟ୍ରେସ୍ ହରମୋନ୍) କମାଇ ଡୋପାମିନ୍ ଏବଂ ସେରୋଟୋନିନ୍ ବଢ଼ାଇ ଖୁସି ଅନୁଭବ କରାଏ। ଶୀତରେ ଯେତେବେଳେ ମନ ଅଳସୁଆ ହୋଇଯାଏ, ଏହା ଉର୍ଜା ପ୍ରଦାନ କରେ।
• ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ: ଚୁମ୍ବନ ସମୟରେ ବ୍ୟାକ୍ଟେରିଆ ବିନିମୟ ହୋଇ ଇମ୍ମ୍ୟୁନ୍ ସିଷ୍ଟମ୍ ମଜବୁତ୍ ହୋଇଥାଏ, ଯାହା ଶୀତ ଦିନେ ସାଧାରଣ ଥଣ୍ଡା-ସର୍ଦ୍ଦିରୁ ରକ୍ଷା କରିପାରେ।
• ହୃଦୟ ସୁସ୍ଥ ରଖେ: ହୃଦସ୍ପନ୍ଦନ ବଢ଼ାଇ ରକ୍ତଚାପ ନିୟନ୍ତ୍ରଣ କରେ ଏବଂ କ୍ୟାଲୋରି ବର୍ଣ୍ଣ କରି ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ।
• ଦାନ୍ତ ସୁରକ୍ଷା: ଲାଳ ନିର୍ଗମନ ବଢ଼ାଇ ଦାନ୍ତରେ ପ୍ଲାକ୍ କମାଇ କ୍ୟାଭିଟି ରୋକେ।
ତଥାପି, ବିଶେଷଜ୍ଞମାନେ ସତର୍କ କରୁଛନ୍ତି ଯେ ଯଦି କେହି ଅସୁସ୍ଥ ଥାଆନ୍ତି, ତେବେ ଚୁମ୍ବନରୁ ଦୂରେଇ ରହିବା ଉଚିତ୍। ଶୀତ ଋତୁରେ ଏହି ଛୋଟ ରୋମାନ୍ଟିକ୍ ଅଭିବ୍ୟକ୍ତି ଆପଣଙ୍କ ସମ୍ପର୍କକୁ ମଜବୁତ୍ କରିବା ସହିତ ସ୍ୱାସ୍ଥ୍ୟକୁ ମଧ୍ୟ ଲାଭବାନ କରିପାରେ!