Latest Odisha News

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ କଲେ ହାଇକୋର୍ଟ

କଟକ:କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲାକୁ ଖାରଜ କଲେ ହାଇକୋର୍ଟ । ଅଶ୍ୱିନୀ ବୈଷ୍ଣବଙ୍କ ସତ୍ୟପାଠ ନେଇ ଅଯଥା ମାମଲା କରିଥିବାରୁ କମ୍ପାନୀ ସେକ୍ରେଟାରୀ ଭାଗ୍ୟଧର ବେହେରାଙ୍କୁ ୩ ସପ୍ତାହ ମଧ୍ୟରେ ବାର ଆସୋସିଏସନ ୱେଲଫେୟାର ଫଣ୍ଡରେ ୫ ଲକ୍ଷ ଟଙ୍କା ଜୋରିମାନା ଜମା କରିବାକୁ ନିର୍ଦେଶ ଦେଲେ ହାଇକୋର୍ଟ।। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା ଦାଏର କରାଯାଇଛି ବୋଲି ହାଇକୋର୍ଟ ମତବ୍ୟକ୍ତ କରିଛନ୍ତି ।

୨୦୧୯ରେ ରାଜ୍ୟସଭା ପ୍ରାର୍ଥିପତ୍ର ଦାଖଲ ସମୟରେ ଅଶ୍ୱିନୀ ବୈଷ୍ଣବ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ମିଥ୍ୟା ସୂଚନା ଦେଇଥିବା ଦର୍ଶାଇ ଭାଗ୍ୟଧର ବେହେରା ଏହି ମାମଲା ଦାଏର କରିଥିଲେ । ବୁଧବାର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରି ପିଟିସନ୍ ଖାରଜ କରିବା ସହ ଭାଗ୍ୟଧର ବେହେରାଙ୍କ ଉପରେ ୫ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିଛନ୍ତି ।

Leave A Reply

Your email address will not be published.