Latest Odisha News

BREAKING NEWS

୨୦୨୦ର ଟପ୍ ଆଇଏମଡିବି ରେଟିଂ ହିନ୍ଦୀ ଫିଲ୍ମ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଅନେକ ବିଗ ବଜେଟର ଫିଲ୍ମ ପରାଦାକୁ ଆସିପାରି ନାହିଁ । ତଥାପି ଏହା ମଧ୍ୟରେ ଓଟିଟି ଫ୍ଲାଟଫର୍ମରେ ଅନେକ ଭଲ ଫିଲ୍ମ ରିଲିଜ ହୋଇଥିଲା । ଆସନ୍ତୁ ଜାଣିବା କେଉଁ କେଉଁ ଫିଲ୍ମ ଆଇଏମଡିବିରେ ଭଲ ରେଟିଂ ପାଇଥିଲେ ।
ଦିଲ ବେଚାରା: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଦି ଫଲ୍ଟ ଇନ ଓଭର ଷ୍ଟାର ଉପରେ ଆଧାରିତ ଥିଲା । ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ୯.୭ ରେଟିଂ ପଂଏଟ ହାସଲ କରିଥିଲା । ପରେ ଏହା ୭.୯କୁ ଖସି ଆସିଥିଲା ।
ଚିଂଟୁ କେ ବାର୍ଥ ଡେ: ଓଟିଟିରେ ରିଲିଜ ହେବା ପରେ ଚିଂଟୁ କେ ବାର୍ଥ ଡେ ଏତେ ମାତ୍ରାରେ ଚର୍ଚ୍ଚିତ ହେବ କେହି ଆଶା କରି ନ ଥିଲେ । ସଦ୍ଦାମ ହୁସେନ ଗିରଫ ହେବା ପରେ ଇରାକରେ ପରିବାର ସହିତ ଫସି ରହିଥିବା ଚିଂଟୁର ଜନ୍ମଦିନ କିପରି ପାଳନ ହୋଇଛି ତାହା ଫିଲ୍ମର ବିଷୟ ବସ୍ତୁ ଥିଲା । ଏହା ୭.୮ ରେଟିଂ ପଂଏଟ ପାଇଥିଲା ।
ଲୁଡୋ: ପଙ୍କଜ ତ୍ରିପାଠୀ, ଅଭିଷେକ ବଚ୍ଚନ, ସାନ୍ୟା ମାଲହୋତ୍ରା, ରାଜକୁମାର ରାଓ ପ୍ରମୁଖ କଳାକାରଙ୍କୁ ନେଇ ଲୁଡୋ ଫିଲ୍ମ ରିଲିଜ ହୋଇଥିଲା । ଅନୁରାଗ ବସି ନିର୍ଦ୍ଦେଶିତ ଏହି ଫିଲ୍ମ ୭.୮ ରେଟିଂ ପଂଏଟ ହାସଲ କରି ସମସ୍ତଙ୍କୁ ଚକିତ କରିଥିଲା ।
ଲୁଟକେସ୍‌: କୁଣାଳ ଖେମୁ ଓ ରସିକା ଦୁଗଲ ଅଭିନୀତ କମେଡି ଡ୍ରାମା ଲୁଟକେସ୍ ୭.୬ ରେଟିଂ ପଂଏଟ ପାଇଥିଲା । ଟଙ୍କା ଭରା ବ୍ୟାଗ ପାଇବା ପରେ କିପରି ଜଣେ ସାଧାରଣ ମଣିଷ ଅସୁବିଧାର ସମ୍ମୁଖୀନ ହେଉଛି ତାହା ଏଥିରେ ଦର୍ଶାଯାଇଥିଲା ।

ତାହ୍ନାଜୀ ଦି ଅନସଙ୍ଗ ୱାରିୟର: ବର୍ଷ ଆରମ୍ଭରେ ତାହ୍ନାଜି ଦି ଅନସଙ୍ଗ ହୀରୋ ଫିଲ୍ମ ହଲରେ ରିଲିଜ ହୋଇଥିଲା । ଅଜୟ ଦେବଗାନଙ୍କ ଏହି ଫିଲ୍ମ ବଡ ହିଟ ସାବ୍ୟସ୍ତ ହୋଇଥିଲା । ଏହା ୭.୬ ରେଟିଂ ପାଇଥିଲା ।

Leave A Reply

Your email address will not be published.