Latest Odisha News

BREAKING NEWS

ଗୋଟିଏ ଘରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର, ଶିଶୁକୁ ମାରି ମାଆର ଆତ୍ମହତ୍ୟା !

କଟକ: କଟକ ବିଡାନାସୀ ଅନ୍ତର୍ଗତ ସେଲଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ଘରୁ ଦୁଇଟି ମୃତ ଦେହ ଉଦ୍ଧାର କରାଯାଇଛି । ସାତ ମାସର ଶିଶୁ ସହ ମାଆର ମୃତ ଦେହ ଉଦ୍ଧାର ହୋଇଛି । ମାଆର ମୃତ ଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଘର ଭିତରେ ୭ ମାସର ଝିଅର କ୍ଷତାକ୍ତ ମୃତଦେହ ପଡ଼ି ରହିଛି ।

ମାଆ ଓ ଶିଶୁର ମୃତ୍ୟୁର କାରଣ କ’ଣ ? ନିଜ ଶିଶୁକୁ ମାରିବା ପରେ ମାଆ ଆତ୍ମହତ୍ୟା କରିନାହିଁ ତ ? ଯଦି ଏପରି ହୋଇଛି ତେବେ କାହିଁକି ୭ ମାସର ଶିଶୁକୁ ମାରିଲା ମାଆ ? ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଡାନାସୀ ପୋଲିସ ଘଟଣାର ଛାନଭିନ୍ କରୁଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

ସୂଚନା ଅନୁସାରେ ମହିଳା ଜଣଙ୍କ କିଛି ଦିନ ହେବ ଚିନ୍ତାରେ ରହୁଥିଲେ । ଝିଅର ସ୍ବାସ୍ଥ୍ୟ ଖରାପ ଥିବାରୁ ତାଙ୍କର ଚିନ୍ତା ବଢିଥିଲା । ଝିଅର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କୁ ମଧ୍ୟ ଦେଖାଇଛନ୍ତି । ଏହି କାରଣରୁ ସେ ଶିଶୁକୁ ମାରି ନିଜେ ଆତ୍ମହତ୍ୟା କରିଥିବା କୁହାଯାଉଛି ।

Leave A Reply

Your email address will not be published.